ଭାରତ ସରକାର ଟେକନୋଲୋଜିକୁ ଆଗକୁ ବଢାଇବା ପାଇଁ ଦେଶରେ ଏହାର ବିକାଶକୁ ଆଗକୁ ନେବା ପାଇଁ ଦିଲ୍ଲୀରେ ଟେକ ସଂଗ୍ରହାଳୟ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଏହାକୁ ନବ ଭାରତ ଉଦ୍ୟାନରେ ସ୍ଥାପନ କରିବେ । ଯାହା କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟରେ ସାମିଲ ହେବ । ସରକାର ଏହି ସଂଗ୍ରହାଳୟ ଦ୍ୱାରା ଲୋମାନଙ୍କୁ ଭାରତର ଭବିଷ୍ୟ ଯୋଜନା ଏବଂ ଆସୁଥିବା ଟେକନିକକୁ ଦର୍ଶାଯିବ । ଏହା ଛଡା ଏଥିରେ କିଛି ଭବିଷ୍ୟତ ପ୍ରୋଜେକ୍ଟ ବିଷୟରେ ଲୋକମାନଙ୍କୁ ସୂଚିତ କରାଯିବ ।ଏହି ଟେକ ସଂଗ୍ରହାଳୟକୁ ଡିଜାଇନ କରିବା ପାଇଁ ଏବଂ ଏହାର କଷ୍ଟ୍ରକସନ ବିକାଶ କରିବା ପାଇଁ ସିପିଡବ୍ଲୁଡି ପ୍ରସ୍ତାବ ମାଗିଛନ୍ତି । ଏଥିରେ ଆବେଦନ କରିବା ପାଇଁ ୬ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଏହି ସଂଗ୍ରହାଳୟରେ ବିଭିନ୍ନ ସେକ୍ଟରରେ ଥିବା ଟେକନୋଲୋଜି ଏଠାରେ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଲୋକମାନେ ଟେକନୋଲୋଜିକୁ ଠିକ ଭାବରେ ବୁଝି ପାରିବେ ।କେବଳ ତାହା ନୁହେଁ ଏଥିରେ ସରକାର ଆଗକୁ ଆସିବାକୁ ଥିବା ଟେକନୋଲୋଜି ବିଷୟରେ ଲୋକମାନେ ଅବଗତ ମଧ୍ୟ ହେବେ । ଏଥିରେ ଲୋକମାନେ ୩ ଡି ମ୍ୟାପ, ଟଚ ଏନବ୍ଲୋଡ ଡିସପ୍ଲେ, ହେଲୋଗ୍ରାମ,ଏଲଇଡି ପ୍ରେଜେକସନ, ମଲଟି ଟଚ ଟେବଲର ଝଲକ ଲୋକମାନେ ଦେଖିବାକୁ ପାଇବେ । ଏହି ମ୍ୟୁଜିୟମ ରାଷ୍ଟ୍ରପତି ଭବନରୁ ଆରମ୍ଭ କରି ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ବ୍ୟାପି ରହିବ ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post