ଏଣିକି ସପିଂ ସହ ଟ୍ରାନ୍ସଫର କରିପାରିବେ ଟଙ୍କା
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା UPI ସେବା ଆରମ୍ଭ କରିଛି । ଏହା ମାଧ୍ୟମରେ ଉପଭୋକ୍ତାମାନେ QR କୋଡ୍ ସାହାଯ୍ୟରେ ଦେୟ ପ୍ରଦାନ କରିପାରିବେ, ବିଦ୍ୟୁତ୍ ବିଲ୍ ଦେବେ ଏବଂ ମୋବାଇଲ୍ ରିଚାର୍ଜ ପରି ଡିଜିଟାଲ୍ ସେବା ବ୍ୟବହାର କରିପାରିବେ । ଏହା ମାଧ୍ୟମରେ କମ୍ପାନୀ ପ୍ରଥମେ ୨୫ ଟଙ୍କା ଡିସକାଉଣ୍ଟ ମଧ୍ୟ ଦେଉଛି ।କମ୍ପାନୀ ଏଥିପାଇଁ ଆକ୍ସିସ୍ ବ୍ୟାଙ୍କ ସହିତ ସହଭାଗିତା କରିଛା। କମ୍ପାନୀର ମୁଖ୍ୟ କର୍ପୋରେଟ ବ୍ୟାପାର ଅଧିକାରୀ ରଜନୀଶ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି। ରଜନୀଶଙ୍କ ଅନୁଯାୟୀ, କମ୍ପାନୀର ନିଜସ୍ୱ ୟୁପିଆଇ ଏହାର ୫୦ କୋଟି ପଞ୍ଜୀକୃତ ଗ୍ରାହକ ଓ ୧୪ ଲକ୍ଷ ବିକ୍ରେତାଙ୍କୁ ସିଧାସଳଖ ଲାଭ ଦେବ।