ଏଚଡି ଫଟୋ-ଭିଡିଓ ପଠାଇବା ହେବ ସୁବିଧା
ଫଟୋ ଏବଂ ଭିଡିଓ ଗୁଡ଼ିକର ଗୁଣବତ୍ତା ଖରାପ ହେବାକୁ କେହି ଚାହୁଁ ନାହାନ୍ତି। ଏଥିପାଇଁ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆ ପ୍ଲାଟଫର୍ମ ଏଚଡି ଗୁଣବତ୍ତା ଫଟୋ ଏବଂ ଭିଡିଓ ପଠାଇବାକୁ ବିକଳ୍ପ ଦେଉଛନ୍ତି।ହ୍ବାଟସ୍ ଆପ୍ ଏଚଡି ଫଟୋ ଏବଂ ଭିଡିଓ ପଠାଇବାକୁ ବିକଳ୍ପ ଦେଇଛି । ଏହା ପରେ ହ୍ବାଟସ୍ ଆପ୍ ମାଲିକାନା କମ୍ପାନୀ ମେଟା ମଧ୍ୟ ଫେସବୁକ୍ ମେସେଞ୍ଜର ଆପରେ ଏଚଡି ଫଟୋ ଏବଂ ଭିଡିଓ ପଠାଇବାକୁ ଘୋଷଣା କରିଛି। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ, ଫେସବୁକ୍ ମେସେଞ୍ଜର ବ୍ୟବହାରକାରୀମାନେ ୧୦୦ଏମବି ପର୍ଯ୍ୟନ୍ତ ଫାଇଲଗୁଡ଼ିକୁ ସହଜରେ ସ୍ଥାନାନ୍ତର କରିବାକୁ ସକ୍ଷମ ହେବେ। ଯଦି ଫେସବୁକରେ ଏଚଡି ଫଟୋ ଏବଂ ଭିଡିଓ ପଠାଯାଏ, ତା’ହେଲେ ଏହାର ଡାହାଣ ପାର୍ଶ୍ୱରେ ଏଚଡି ବ୍ୟାଜ୍ ବିକଳ୍ପ ଉପଲବ୍ଧ ହେବ।