ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ନୋଟିସ୍‌

ସିଏସଏଏମ ହଟାଇବାକୁ ଚେତାବନୀ

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେମିତିକି ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ନୋଟିସ୍‌ ଜାରି କରିଛି। ଭାରତ ସରକାର ଏଥର ସୋସିଆଲ ମିଡ଼ିଆ ପାଇଁ ନୂଆ ଓ କଡ଼ା ନିିୟମ ଲାଗୁ କରିବାକୁ ଯୋଜନା କରିଛନ୍ତି। ଶିଶୁ ଯୈାନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟକୁ ଧ୍ୟାନରେ ରଖି ଏହି ନିୟମ ଲାଗୁ କରାଯାଇଛି।ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେମିତିକି ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ନୋଟିସ୍‌ ଜାରି କରିଛି। ନୋଟିସ୍‌ ରେ ସେମାନଙ୍କ ପ୍ଲାଟଫର୍ମରୁ ସମସ୍ତ ଶିଶୁ ଯୈାନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ ବା ସିଏସଏଏମ ହଟାଇବାକୁ ଚେତାବନୀ ଦେଇଛି।ଏମିତିରେ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି କଣ୍ଟେଟକୁ ପର୍ମାନେଣ୍ଟ ହଟାଇବା କିିମ୍ବା ଆକ୍ସେସ କୁ ପୁରା ଡିଆକ୍ଟିଭେଟ କରିବାକୁ ଆଦେଶ ଦିଆଯାଇଛି। ଏହାବାଦ ଭବିଷ୍ୟତରେ ଏଭଳି କଣ୍ଟେଟର ପ୍ରଚାର ପ୍ରସାର କରିବା ଉପରେ ରୋକ ଲଗାଇବା ପାଇଁ ମଡରେସନ୍‌ ଆଲଗୋରିଦିମ ଏବଂ ରିପୋର୍ଟିଂ ମେକାନିଜିମ ଭଳି ସକି୍ରୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।