ଏକ୍ସ ଆଣୁଛି ନୂଆ ଫିଚର
ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ ଫିଚରର ଟେଷ୍ଟିଙ୍ଗ କରୁଛି ଯାହାର ନାମ Downvote।ଏହି ଫିଚରରେ ଏକ୍ସ ରିପ୍ଲାଏକୁ ଡିସଲାଇକ କରିବାର ପ୍ରଣାଳୀ ଏକ୍ସପେରିମେଣ୍ଟ କରାଯାଉଛି ଯାହାକି ଡାଉନବୋଟ ଅର୍ଥାତ ଡିସଲାଇକ ଭଳି ଦେଖାଯାଉଛି । ଆସନ୍ତୁ ଏହି ଫିଚର ବିଷୟରେ ଜାଣିବା । ଜଣେ ଏକ୍ସ ୟୁଜର୍ସ ଏ ନେଇ ଏକ ପୋଷ୍ଟ କରିଛନ୍ତି ଏବଂ ଏହି ବଟନକୁ ନେଇ ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଏହି ସୁବିଧା ପ୍ରଥମେ ଆଇଓଏସ ଆପରେ ଉପଲବ୍ଧ ହୋଇପାରେ । କୁହାଯାଉଛି ଯେ, ଡାଉନବୋଟିଙ୍ଗର ଏହି ଫିଚର କେବଳ ରିପ୍ଲାଏ ବେସଡ ହେବାକୁ ଯାଉଛି ।