ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ । ହୁଗୁଳି ନଦୀର ୩୨ ମିଟର ଗଭୀରରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି । ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ଯାତ୍ରୀଙ୍କ ଯାତାୟାତର ସମୟ ହ୍ରାସ ପାଇବ ।ଏହା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହୋଇଥିବା ବେଳେ ଏହା ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କୋଲକତା ମେଟ୍ରୋ ହାୱଡ଼ା ମୈଦାନ-ଏସପ୍ଲେନେଡ ଟନେଲ ଭାରତର କୌଣସି ନଦୀ ତଳେ ନିର୍ମାଣ ହୋଇଥିବା ପ୍ରଥମ ଟ୍ରାନ୍ସପୋର୍ଟ ଟନେଲ । କିଛିଦିନ ତଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକତା ମେଟ୍ରୋ ରେଳ ସେବାର ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ତାହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।ତେବେ ଏହି ଅଣ୍ଡର ୱାଟର ମେଟ୍ରୋ ସେବାର ଅନେକ ଖାସିୟତ ରହିଛି । ହୁଗୁଳି ନଦୀ ତଳେ ୫୨୦ ମିଟରର ଦୂରତାକୁ ଏହା ମାତ୍ର ୪୫ ସେକେଣ୍ଟରେ ଅତିକ୍ରମ କରିବ । ହାୱଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ୪.୮ କିମିର ରୁଟ ନିର୍ମାଣ କରାଯାଇଛି । ଏହି ରୁଟରେ ୪ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ହାୱଡ଼ା ମୈଦାନ, ହାୱଡ଼ା ଷ୍ଟେସନ, ମହାକରଣ ଓ ଏସପ୍ଲେନେଡ ହାୱଡ଼ା ଷ୍ଟେସନ ସାମିଲ ରହିଛି । ଏହା ଭୂମିଠାରୁ ୩୦ କିମି ତଳେ ନିର୍ମିତ ହୋଇଛି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ମେଟ୍ରୋ ଷ୍ଟେସନ ଭାବେ ପରିଗଣିତ ହୋଇଛି ।
Trending
- ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ
- ପାର୍ଟ ପ୍ଲଟ୍ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି
- ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ
- ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
- ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
- ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍
- ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post