ଇତିହାସରେ ଆଉ ଏକ ସଫଳତାର ନାଁ କଲା ଇସ୍ରୋ
ଦେଶର ପ୍ରଥମ ସୋଲାର ମିଶନ୍ Aaditya L1 ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟସ୍ଥ ଏଲ୧ ଲେଙ୍ଗ୍ରେଜିୟନ୍ ବିନ୍ଦୁ ବା ହେଲୋ ଅର୍ବିଟର ଚାରି ପାଖରେ ପ୍ରଥମ ରାଉଣ୍ଡ ପୂରଣ କରିଛି । ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଏହାକୁ ଲଞ୍ଚ କରା ଯାଇଥିବା ବେଳେ ଚଳିତବର୍ଷ ଜାନୁୟାରୀ ୬ ତାରିଖରେ ଏହାକୁ ହେଲୋ ଅର୍ବିଟରେ ସ୍ଥାପନା କରା ଯାଇଥିଲା । ଏହାସହିତ Aaditya L1 ଜଟିଳ ପ୍ରକ୍ଷେପ ପଥକୁ ନିରନ୍ତର ରଖିବା କ୍ଷମତାକୁ ସଫଳତାର ସହ ପ୍ରତିପାଦନ କରିଛି ।ସୂର୍ଯ୍ୟର ଅଧ୍ୟୟନ କରିବା ପାଇଁ ଡିଜାଇନ୍ ହୋଇଥିବା ଅନ୍ତରୀକ୍ଷ ଯାନ Aaditya L1 ମିଶନକୁ L1 ବିନ୍ଦୁର ୪ ପାଖରେ ଏକ ଚକ୍କର ପୂରଣ କରିବାରେ ପ୍ରାୟ ୧୭୮ ଦିନ ସମୟ ଲାଗିଥାଏ । ଇସ୍ରୋ କହିଛି ଯେ, ଏହି ସ୍ଥାନରେ ଅନ୍ତରୀକ୍ଷା ଯାନକୁ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫଳରେ ଅନ୍ତରୀକ୍ଷ ଯାନ ନିଜ ଲକ୍ଷ୍ୟଭ୍ରଷ୍ଟ ହୋଇଯାଏ, କିନ୍ତୁ ଏହିସବୁ ସମସ୍ୟାକୁ ସାମନା କରିବା ପାଇଁ ମିଶନ୍ ଆରମ୍ଭ ହେବା ପରେ ୩ ଥର ଷ୍ଟେସନ କିପିଙ୍ଗ ଯୁଦ୍ଧଭ୍ୟାସ କରିଥିବା କହିଛି ଇସ୍ରୋ । ପ୍ରଥମ ୨ଟି ଯୁଦ୍ଧାଭ୍ୟାସ ଚଳିତବର୍ଷର ଫେବୃଆରୀ ୨୨ ଏବଂ ଜୁନ୍ ୭ ତାରିଖରେ ହୋଇଥିଲା । ତେବେ ଆଜି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି । ଏହାଦ୍ୱାରା ଅନ୍ତରୀକ୍ଷ ଯାନର L1 ପାଖରେ ନିଜ ଦ୍ୱିତୀୟ ଅର୍ବିଟକୁ ନେଇ ସ୍ପଷ୍ଟତା ମିଳିପାରିଛି ।ସୂଚନା ଥାଉ କି, Aaditya L1ର କକ୍ଷ ଏକ ଆବଧିକ ହେଲୋ କକ୍ଷ, ଯାହା ପୃଥିବୀରୁ ପ୍ରାୟ ୧.୫ ମିଲିୟନ୍ କି.ମି ଦୂର ନିରନ୍ତର ଗତିଶୀଳ ସୂର୍ଯ୍ୟ-ପୃଥିବୀ ରେଖାରେ ଅବସ୍ଥିତ । ଏହାର ପରିକ୍ରମା ଅବଧି ପ୍ରାୟ ୧୭୭.୮୬ ପୃଥିବୀ ଦିନ ହୋଇଥାଏ । ଏହି ହେଲୋ କକ୍ଷ L1ରେ ଏକ ଆବଧିକ, ଏହି ହାଲୋ କକ୍ଷପଥଟି L1 ଚାରିପାଖରେ ଏକ ପର୍ୟ୍ୟାୟକ୍ରମେ, ତିନି-ଡାଇମେନ୍ସନାଲ କକ୍ଷପଥରେ ସୂର୍ୟ୍ୟ, ପୃଥିବୀ ଏବଂ ଏକ ମହାକାଶଯାନ ଧାରଣ କରିଥାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ମୋଟ ଦୂରତାର ପ୍ରାୟ ୧ ପ୍ରତିଶତ ହେଉଛି ଏହି ‘L1 ପଏଃ’ । L1 ଏହି ଅବସ୍ଥାରେ Aaditya L1କୁ ସ୍ଥାପିତ କରାଯାଇଛି । L1 ପଏଣ୍ଟର ଚାରି ପାଖରେ ଥିବା ପ୍ରଭାମଣ୍ଡଳ କକ୍ଷରେ ଏହି ଉପଗ୍ରହରୁ ସୂର୍ୟ୍ୟକୁ ଲଗାତାର ଭାବରେ ଦେଖାଯାଇ ପାରିବ ।