ଆଜି ଭାରତକୁ କମ୍ବ୍ୟାକ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଚାଇନା କମ୍ପାନୀ Honor । ଆଜି ମଧ୍ୟାହ୍ନ ୧୨ ଟାରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ଜଣା ପଡ଼ିଛି । ମାଧବ ଶେଠଙ୍କ ନେତୃତ୍ୱରେ ଏହି ସ୍ମାର୍ଟଫୋନ ଲଞ୍ଚ କରାଯିବ । ସ୍ମାର୍ଟଫୋନର ଏଣ୍ଟ୍ରି ଗ୍ରାଣ୍ଡ କରିବା ପାଇଁ Honor ପୂର୍ବରୁ ହିଁ ମୋବାଇଲ ଫୋନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିସାରିଛି । ମାଧବ ଶେଠ Honor 90ର ଏକ ଭିଡିଓ ଟ୍ଵିଟରରେ ସେୟାର କରିଥିଲେ ଯେଉଁଥିରେ ସେ ଫୋନର ସ୍କ୍ରିନରେ ଅଖରୋଟ୍ ଭାଙ୍ଗୁଥିବାର ଦେଖାଯାଇଥିଲା । କମ୍ପାନୀ ଦାବି କରିଛି ଯେ ଏହି ଫୋନ ଦୁନିଆର ସବୁଠାରୁ ସୁରକ୍ଷିତ ଫୋନ ହେବ । ଭାରତରେ ପ୍ରୋ ଭାରିଆଣ୍ଟ ଲଞ୍ଚ ହେବ ନାହିଁ । ସ୍ମାର୍ଟଫୋନରେ ଆପଣ 6.7 ଇଞ୍ଚ କଭର୍ AMOLED ଡିସପ୍ଲେ ସହିତ 120hz ର ରିଫ୍ରେସ୍ ରେଟ, 5000 mAh ବ୍ୟାଟେରୀ ସହିତ 66 ୱାଟର ଫାଷ୍ଟ ଚାର୍ଜିଂ ଏବଂ ସ୍ନାପଡ୍ରାଗନ୍ 7 ଜେନ 1 ଚିପସେଟର ସପୋର୍ଟ ପାଇବେ । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍ କ୍ୟାମେରା ସେଟଅପ ରହିବ ଯେଉଁଥିରେ 200MPର ପ୍ରାଇମେରୀ କ୍ୟାମେରା, 12MPର ଅଲଟ୍ରାୱାଇଡ୍ କ୍ୟାମେରା ଏବଂ 2MPର ଥାର୍ଡ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ଏକ 50MPର କ୍ୟାମେରା ମିଳିବ । ଅର୍ଥାତ ଏହି ଫୋନରେ ଦମଦାର ସେଲଫି ଆସି ପାରିବ ।ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 13ରେ କାମ କରିବ ଏବଂ ଫୋନର ସୁରକ୍ଷା ପାଇଁ ଆପଣଙ୍କୁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିବ । ଲିକ୍ସ ହୋଇଥିବା ତଥ୍ୟ ଅନୁସାରେ ବିଶ୍ୱାସ କରାଯାଏ, କମ୍ପାନୀ ସ୍ମାର୍ଟଫୋନକୁ 2 ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିପାରିବ, ସେଥିମଧ୍ୟରୁ 8/256 ଜିବି ଏବଂ ଅନ୍ୟଟି 12/512 ଜିବି ରହିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post