ଅଧା ଦରରେ କିଣିପାରିବେ ଲାପ୍ଟପ୍
ଆପଣ ଲାପ୍ଟପ୍ କିଣିବାକୁ ଚାହାନ୍ତି କି? ଯଦି ଆପଣ ଅଫର୍ ସମୟରେ ଏକ ଲାପ୍ଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏଠାରେ ଏକ ସୁବିଧା ପାଇ ପାଇବେ। ଆମାଜନରେ ଏବେ କିଛି ଆକର୍ଷଣୀୟ ଅଫର୍ ମିଳୁଛି। ଯାହାର ଫାଇଦା ଉଠାଇ ଆପଣ ଖୁବ୍ ଶସ୍ତାରେ କିଣିପାରିବେ।ବାଣିଜ୍ୟିକ ସାଇଟ୍ ଆମାଜନ୍ରେ ଏବେ ସେଲ୍ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଲାପ୍ଟପ୍ ଏବଂ ତା’ର ଆସେସୋରିଜ୍ ଉପରେ ଖୁବ୍ ଅଧିକ ରିହାତି ମିଳୁଥିବାର ଦେଖିବାକୁ ମିଳିଛି। ଏହି ସେଲ୍ର ନାମ ହେଉଛି ‘ଆମାଜନ୍ ଗ୍ରାଣ୍ଡ୍ ଗେମିଂ ଡେଜ୍’। ଏହି ସେଲ୍ରେ ଏଚ୍ପି, ହେଲ୍, ଆସସ୍, ଲେନୋଭୋ, ଏମ୍ଏସ୍ଆଇ ଓ ଏସ୍ସିଇଆର୍ ପରି ବ୍ରାଣ୍ଡ୍ ରହିଛି। ଏହି ସେଲ୍ ଫେବ୍ରୁଆରି ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।ଆମାଜନ୍ ସେଲ୍ସର ବ୍ୟାନ୍ରେ ଲିଖିତ ସବିବେଶଷ ବିରବଣୀରୁ ଜଣାପଡ଼ିଛି ଯେ ଏହି ସେଲ୍ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ସେଲ୍ରେ ଟିଡବ୍ଲୁଏସ୍ ଇୟର୍ ବଡ୍, ହେଡ୍ଫୋନ୍ ଓ କିବୋର୍ଡ ଆଦି ଉପଲବ୍ଧ।ତେବେ ଏହି ‘ଆମାଜନ୍ ଗ୍ରାଣ୍ଡ୍ ଗେମିଂ ଡେଜ୍’ ସେଲ୍ରେ ଗ୍ରାହକଙ୍କୁ ‘ଗେମିଂ ଗ୍ୟାଜେଟ୍ସ’ ଉପରେ ଅଫର୍ ବି ମିଳୁଛି। ଏଥିରେ କେବଳ ଆଇସିଆଇସିଆଇ ବ୍ୟାଙ୍କ୍ର କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଏହି ଅଫର୍ ମିଳିବ।