ଅଚଳ ହେବ ହ୍ୟାଣ୍ଡ୍‌ସେଟ୍‌

ହ୍ୟାଣ୍ଡ୍‌ସେଟ୍‌ ଓ ମୋବାଇଲ୍‌ ନମ୍ବରଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮,୨୦୦ ହ୍ୟାଣ୍ଡ୍‌ସେଟ୍‌କୁ ଅଚଳ କରିବା ଏବଂ ସେହି ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକରେ ବ୍ୟବହାର ହୋଇଥିବା ୨୦ ଲକ୍ଷ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ କୁହାଯାଇଛି। ଯେଉଁ ନମ୍ବରଗୁଡ଼ିକର ଯାଞ୍ଚ ସଫଳ ହେବ ନାହିଁ, ସେଗୁଡ଼ିକୁ ବନ୍ଦ କରିଦିଆଯିବ। ସାଇବର୍‌ ଅପରାଧ ଓ ଠକେଇ ଉପରେ ନଜର ରଖିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟ‌ରେ ସମନ୍ବୟ ସ୍ଥାପନ କରାଯାଇଛି। ସାଇବର୍‌ ଅପରାଧ ଓ ଆର୍ଥିକ ଠକେଇକୁ ରୋକିବା ଲାଗି ଟେଲିକମ୍ ବିଭାଗ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟର ପୁଲିସ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।