ସମୟ ସହିତ ସ୍ମାର୍ଟଫୋନ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏଥିରେ ଏପରି ଟେକ୍ନୋଲୋଜି ଯୋଗାଇ ଦିଆଯାଉଛି ଯାହା ଜିନିଷକୁ ସହଜ ଏବଂ ଉନ୍ନତ କରିଥାଏ । ପୂର୍ବରୁ ସ୍ମାର୍ଟଫୋନରେ ସାଧାରଣ କ୍ୟାମେରା ଆସୁଥିଲା କିନ୍ତୁ ବର୍ତ୍ତମାନ ମୋବାଇଲ୍ ଫୋନରେ OIS ସପୋର୍ଟ କ୍ୟାମେରା ମିଳୁଛି । ବର୍ତ୍ତମାନ ସମୟରେ ଯେ କୌଣସି ସ୍ମାର୍ଟଫୋନ୍ ଲଞ୍ଚ ହେଉଛି କମ୍ପାନୀ ସେଥିରେ OIS ସପୋର୍ଟ ଦେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି OIS ସପୋର୍ଟ କଣ? ଏହା କିପରି କାମ କରେ? ଯଦି ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହା କଣ ଏବଂ ଏହା କିପରି କାର୍ଯ୍ୟ କରେ ତାହା ଜଣାଇବୁ ।OIS ର ଅର୍ଥ ହେଉଛି ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ । ଅତି ସରଳ ଶବ୍ଦରେ କହିବାକୁ ଗଲେ ଏହାର କାମ ହେଉଛି ଫଟୋ ଷ୍ଟାବିଲାଇଜ୍ ବା ସ୍ଥିର କରିବା । ଯେତେବେଳେ ଆମେ ସ୍ମାର୍ଟଫୋନରେ ଫଟୋଗ୍ରାଫି କରୁ ଆମର ହାତ ହଲିଯାଏ କାରଣ ଆମେ ପ୍ରୋଫେସନାଲ ଫଟୋଗ୍ରାଫର ନୁହେଁ । ଏହି କାରଣରୁ ଫଟୋ ଖରାପ ଆସେ ଏବଂ ଫଟୋ ବ୍ଲର ହୋଇଯାଏ । କିନ୍ତୁ OIS ସପୋର୍ଟ ଥିବା ଯୋଗୁଁ ଫଟୋ ଖରାପ ହୋଇନଥାଏ କାରଣ ଏହି ଟେକ୍ନୋଲୋଜି କ୍ୟାମେରା ମୁଭମେଣ୍ଟକୁ ଆଡଜଷ୍ଟ କରିଥାଏ ଯେଉଁଥିପାଇଁ ଫଟୋ ଠିକ ଆସିଥାଏ ।
Trending
- ଯେଉଁ ହିତାଧିକାରୀଙ୍କ ଚାରି ଚକିଆ ଯାନ ଥିବ, ସେମାନଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବନି – ସୁଭଦ୍ରା ଯୋଜନା
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ
- ଆଜି ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ : କଣ ରହିଛି ରହସ୍ୟ
- ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?
Prev Post
Next Post