Browsing Tag

News

ମିଆଁମାରରେ ପୁଣି ଭୂକମ୍ପର ଝଟକା

ମିଆଁମାରରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ରହିଛି । ଭୂକମ୍ପର ତୀବ୍ରତା ୩.୪ । ଏହି ତୀବ୍ରତାର ଭୂକମ୍ପ ସାଧାରଣତଃ ସାମାନ୍ୟ କ୍ଷୟକ୍ଷତିର ସମ୍ଭାବନା ଥାଏ । ସୂଚନାନୁଯାୟୀ, ମିଆଁମାରରେ ସାମାନ୍ୟ ଭୂକମ୍ପର ଝଟକା ପୁଣିଥରେ ମଙ୍ଗଳବାର ଦିନ ଅନୁଭୂତ…

ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ ,୧୦୭ ବର୍ଷର ରେକର୍ଡ ଭାଙ୍ଗିଲା

ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ । ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ । ଠାଣେରୁ ରାୟଗଡ଼ ଯାଏ ଜାରି ହୋଇଛି ରେଡ ଆଲର୍ଟ । ଦାଦର, ପରେଲ, କୁର୍ଲାର ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସଡ଼କ, ରେଳ ଓ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ…

ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ’

ଗୁଜରାଟ ଗସ୍ତର ଦ୍ବିତୀୟ ଦିନରେ ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ' ଏହି ରୋଡ ଶୋ ରେ ପ୍ରାୟ 30 ହଜାର ବିଜେପି କର୍ମୀ ପିଏମ ମୋଦିଙ୍କୁ ସ୍ବାଗତ ଜଣାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ…

ଜଣେ ସିଆରପିଏଫ ଯବାନଙ୍କୁ ଦିଲ୍ଲୀରୁ ଗିରଫ କରିଛି NIA

ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଛି NIA । ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ତେବେ ସୂଚନା ପାଇଁ ଯବାନଙ୍କୁ ପଇସା ମିଳୁଥିଲା । ଏଥିପାଇଁ ସେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ । ଏନଆଇଏ ଗିରଫ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି ।…

ଦେଶରେ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଁଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦିଲ୍ଲୀର ସ୍ଥିତି ଚିନ୍ତାଜନକ…

ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ

ପ୍ରଥମ ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ। ସହର ସାରା ଟ୍ରାଫିକ୍ ଜାମ୍‌ ହେବା ଫଳରେ ସହ ସହରବାସୀଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ କରିଛି । ଲୋକମାନେ କେଉଁଠି ଅଣ୍ଟାଏ ତ କେଉଁଠୁ ଆଣ୍ଠୁଏ ଗଭୀର ଜଳରେ ଯିବା ଆସିବାକୁ ବାଧ୍ୟ ହେଉଛନ୍ତି । ଫଳରେ ରେଳ ଓ ବସ ଚଳାଚଳ ବହୁମାତ୍ରାରେ ପ୍ରଭାବିତ…

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ରଥଯାତ୍ରା ପାଇଁ ମୋହନ କରିଛନ୍ତି ନିମନ୍ତ୍ରଣ । ଏହାସହ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ…

ପୋଲିସ ଗୁଳିରେ ମାଓ କମାଣ୍ଡର ମନୀଷ ଯାଦବ ମୃତ

ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ…

ୟୁକ୍ରେନ ବିରୋଧରେ ରୁଷିଆ ବଡ଼ ଏୟାରଷ୍ଟ୍ରାଇକ

ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼…

ଆଜି ପବିତ୍ର ସାବିତ୍ରୀ

ଆଜି ପବିତ୍ର ସାବିତ୍ରୀ । ଉପବାସ ରଖି ସ୍ବାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥାନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ସାରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଦେବାଦେବୀଙ୍କ ପୀଠରେ ସଧବା ମହିଳାଙ୍କର ପ୍ରବଳ…