Browsing Tag

#india

ହ୍ୟାରି ପୋଟର୍ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ ପରେ ଏବେ ଟାର୍ଗେଟ୍‌ରେ ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ରୋଲିଂ ସୂଚନା ଦେଇଛନ୍ତି। https://twitter.com/jk_rowling/status/1558438465284481024

ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ପିଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି। ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ମାମଲା ରୁଜୁ

ପରଲୋକରେ ରାକେଶ ଝୁନ୍‌ଝୁନ୍‌ବାଲା

୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କ ଦେହାନ୍ତ ହୋଇଥିବା ବେଳେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମୃତ୍ୟୁରେ ଶୋକ

ତ୍ରିରଙ୍ଗା ସହ ଫଟୋ ସେୟାର କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ଅଭିଯାନକୁ ମିଳିଥିବା ବିପୁଳ ଜନ ସମର୍ଥନକୁ ନେଇ ଖୁସି ଏବଂ ଗର୍ବ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରେକର୍ଡ ଅଂଶଗ୍ରହଣ ଦେଖୁଛୁ । ଶ୍ରୀ ମୋଦୀ ନାଗରିକମାନଙ୍କୁ

ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ମିଳିଲା ପଦକ

ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଦେଶର ମୋଟ୍‌ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ କରାଯାଇଛି । ୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ବିଶିଷ୍ଟ ସେବା ପାଇଁ

ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଇତିହାସ ରଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରୀଡାରେ କୃତ୍ବିତ୍ବ ହାସଲ କରିଥିବା ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ

ସୈନିକଙ୍କ ଗୌରବାର୍ଥେ ସୁପର ୨୫ ପ୍ରତିଯୋଗିତାକୁ ସେନା ସୁପର ୨୫ରେ ନାମକରଣ କରିବା ପାଇଁ ପରାମର୍ଶ

ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି । ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ । ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ଭର୍ଚ୍ୟୁଆଲ ବୈଠକରେ କଥା ହେଲେ ପ୍ରଧାନମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ମୋଦି ଜୋ ବାଇଡେନଙ୍କୁ କହିଛନ୍ତି ‘ଗତବର୍ଷ ସେପ୍ଟେମ୍ବରରେ ମୋର ୱାଶିଂଟନ ଗସ୍ତ ବେଳେ ଆପଣ କହିଥିଲେ ଯେ, ଭାରତ-ଆମେରିକା ଭାଗିଦାରୀ ବହୁ ବୈଶିକ ସମସ୍ୟା ସମାଧାନରେ ସହଯୋଗ କରିପାରିବ ।

ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ

ପଶ୍ଚିମବଂଗରେ ଇଡି ପରେ ସିବିଆଇ ଏବେ ମମତାଙ୍କ ଦଳ ପଛରେ ପଡିଛି । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ଜେଲ ଯାଇଛନ୍ତି । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ

ଦେଶରେ କୋଭିଡ୍‌-୧୯ ଦୈନିକ ସଂକ୍ରମଣ

ମୈାସୁମି ବର୍ଷା ପରେ ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଏବେ ସାଢ଼େ୧୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ କରୋନା ନୂତନ ସଂକ୍ରମଣ ଓ