କାନ୍ଧରେ ବନ୍ଧୁକ, କୋଳରେ ମା ! ଭାଇରଲ ହେଉଛି ଏହି ଭିଡ଼ିଓ

up-police-constable-helps-old-woman-cast-vote-by-carrying-her-to-the-polling-station-1

ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨) :

କାନ୍ଧରେ ବନ୍ଧୁକ ଆଉ କୋଳରେ ଅଛନ୍ତି ଜଣେ ମା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ଉତ୍ତର ପ୍ରଦେଶରେ ଇଲେକ୍ସନ ସମୟର । ଖାକି ବର୍ଦିର ଏଭଳି କର୍ତ୍ତବ୍ୟ ଏବଂ ମାନବିକତା ନେଇ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଦୃଶ୍ୟ ଯିଏ ଦେଖୁଛି ସେ କହୁଛି କନେଷ୍ଟବଳ ହେବତ ଏମିତି । ପୋଲିସଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସାଲ୍ୟୁଟ କରି ରହିପାରିବେନି । କାରଣ ଅନେକ ସମୟରେ ଖାକିରେ କଳଙ୍କ ଭଳି ଘଟଣାମାନ ସାମ୍ନାକୁ ଆସୁଥିବାବେଳେ ଏଦୃଶ୍ୟ କିନ୍ତୁ ଭିନ୍ନତା ବୟାନ କରୁଛି । କର୍ମ ହିଁ ବଡ଼ ଏକଥାର ଯଥାର୍ଥତାକୁ ବୁଝାଉଛି ଚିତ୍ର । ଭିଡିଓରେ ଥିବା ପୋଲିସ ଅଫିସର ଜଣଙ୍କ ହେଲେ କନଷ୍ଟେବଳ ପୱନ କୁମାର।

ଏହି ୧୪ ସେକେଣ୍ଡର ଭିଡିଓ ୟୁପି ପୋଲିସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖାଯାଇଛି, ‘କାନ୍ଧରେ ବନ୍ଧୁକ, କୋଳରେ ଜଣେ ମା ଏଥିପାଇଁ ପୋଲିସ୍‌ ଅଫିସର ଉପରେ ଗର୍ବ।’ ଭୋଟଦାନ ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ସାହାଯ୍ୟ କରି ଗୋରଖପୁରର ଜିଲ୍ଲା କନଷ୍ଟେବଳ ପୱନ କୁମାର ସବୁଠୁ ପ୍ରଶଂସା ସାଉଁଟିଛନ୍ତି। ବଢହଲଗଞ୍ଜ ଅଞ୍ଚଳର ପୋଲିସ୍‌ ଅଫିସର ପୱନ। ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି, “ୟୁପି ପୋଲିସ ପାଇଁ ବହୁତ ଗର୍ବିତ, ସବୁବେଳେ ଲୋକଙ୍କ ସୁରକ୍ଷା କରି ନିଜର କର୍ତ୍ତବ୍ୟ କରେ ୟୁପି ପୋଲିସ୍‌। ମାତୃଭୂମିର ସେବା କରୁଖିବାରୁ ଧନ୍ୟବାଦ।