viral-video-of-a-lion-seeing-the-buffalioes-climbed-into-the-tree
ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :
ସିଂହକୁ କୁହାଯାଏ ଜଙ୍ଗଲର ରାଜା । ସିଂହକୁ ଦେଖିବା ମାତ୍ରେ ଜୀବଜନ୍ତୁ କ’ଣ ମନୁଷ୍ୟ ବି ଭୟଭୀତ ହୋଇପଡ଼ନ୍ତି । ହେବେନି ବା’ କେମିତି କାରଣ ସିଂହର ବଳ ଆଗରେ କେହିବି ତିଷ୍ଠି ପାରିବେ ନାହିଁ । ସିଂହକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଅଧିକାଂଶ ଭିଡିଓରେ ଆପଣ ସିଂହର ଭୟଙ୍କର ରୂପ ଦେଖିବାକୁ ପାଇଥିବେ ।

ହେଲେ ଏବେ ଭାଇରାଲ ହେଉଥିବା ଭିଡିଓଟିକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।ଭାଇରାଲ ହୋଇଥିବା ଏହି ଭିଡିଓରେ ସିଂହ ନୁହେଁ ବରଂ ମଇଁଷିମାନେ ସିଂହକୁ ପରସ୍ତା କରୁଛନ୍ତି । ଭିଡିଓରେ ମଇଁଷିମାନଙ୍କୁୁ ଦେଖି ସିଂହ ଭୟରେ ଗଛ ଉପରକୁ ଚଢ଼ିଯାଉଛି । ଭିଡିଓଟିକୁ ଯିଏ ଦେଖୁଛି ସେ ସିଂହର ଏପରି ଅବସ୍ଥା ଦେଖି ଖୁବ୍ ମଜା ନେଉଛନ୍ତି । ଦେଖନ୍ତୁ ଭାଇରାଲ ଭିଡିଓ…