ଚଳିତ ମାସ ଭାରତୀୟ ଶେୟାର ବଜାରରେ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ ସେଶନରେ ତୀବ୍ରତାର ସହ ଖୁବଶୀଘ୍ର ୬୮ ହଜାରକୁ ଛୁଇଁବ ବୋଲି ଆଶା କରାଯାଉଛି ।ଅନ୍ୟ ପକ୍ଷରେ ଏନଏସଇ ନିଫ୍ଟି ମଧ୍ୟ ରେକର୍ଡ ଉଚ୍ଚ ସ୍ତରରେ ଅଟକିଛି । ନିଫ୍ଟି ୫୦୬୬.୮୫ ପଏଣ୍ଟ ମଜବୁତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତର ୨୦,୧୬୯.୯୫ ପଏଣ୍ଟରେ ପହଞ୍ଚିଛି । ତେବେ ଚଳିତମାସ ଅଧା ଅର୍ଥାତ୍ ର ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଜାରରେ ଲଗାତାର ୧୧ ଦିନ ବ୍ୟବସାୟ ହୋଇଛି । ଏଥିରେ ସେନସେକ୍ସ ଲଗାତାର ୧୧ ଦିନ ବୃଦ୍ଧି ପାଇଛି ।ସେହିପରି ନିଫ୍ଟିରେ କେବଳ ଗୋଟିଏ ଦିନ ପାଇଁ ସାମାନ୍ୟ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଶେୟାର ବଜାରରେ ତୀବ୍ରତା ଯୋଗୁଁ ନିବେଶକଙ୍କ ପାଇଁ ଏହା ଖୁବ ଲାଭଦାୟକ ହୋଇଛି । ସେମାନଙ୍କ ଆୟ ଚଳିତମାସ ୩୩ ଲକ୍ଷ କୋଟିକୁ ପହଞ୍ଚିଛି । ସୂଚନା ଥାଉ କି, ସେପ୍ଟେମ୍ବର ୧ ତାରିଖରେ ଶେୟାର ବଜାର ଆରମ୍ଭରୁ ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପ୍ ୩,୦.୫୯,୧୩୮.୭୦ ଲକ୍ଷ କୋଟି ରହିଥିଲା । ସେହିପରି ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୧ ଟେଡିଙ୍ଗ ଦିନରେ ଏହା ବୃଦ୍ଧି ପାଇ ୩,୨.୨୦,୩୭୭.୬୯ ଲକ୍ଷ କୋଟିରେ ପହଞ୍ଚିଛି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା