ଗତ ସପ୍ତାହରେ ଲଗାତର ୧୧ ଦିନ ସେନସେକ୍ସ ବଜାରରେ କାରବାର ତୋଫାନ ପରି ଆଗକୁ ବଢି ଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ବଜାରରେ ହାହାକାର ସୃଷ୍ଟି ହୋଇଛି । ୩ ଟି କାର୍ଯ୍ୟଦିବସରେ କାରବାର ୧୬୦୦ଅଙ୍କ ତଳକୁ ଖସି ଆସିଛି । ଏହି କାରଣରୁ ଦଲାଲ ଷ୍ଟ୍ରୀଟ୍ ନିବେଶକ ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।ସୋମବାର ସେନସେକ୍ସ ୨୪୨ ଅଙ୍କ, ବୁଧବାର ୭୯୬ ଅଙ୍କ ଓ ଗୁରୁବାର ୫୭୦ ଅଙ୍କରୁ ଅଧିକ ଖସି ଆସିଛି । ଫଳରେ ଚଳିତ ସପ୍ତାହରେ ମୋଟ କ୍ଷତି ୧୬୦୮ ଅଙ୍କ ହୋଇଛି । ଗଣେଶ ଚତୁର୍ଥୀ କାରଣରୁ ମଙ୍ଗଳବାର ବଜାର ବନ୍ଦ ଥିଲା । ଏହାରି ମଧ୍ୟରେ ବିଏସଇରେ ତାଲିକାବଦ୍ଧ ସମସ୍ତ କମ୍ପାନୀର ମାର୍କେଟ କ୍ୟାପିଟାଲ ମଧ୍ୟ ହ୍ରାସ ପାଇ ୩୧୮ କୋଟି ଟଙ୍କା ହୋଇଯାଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ସେନସେକ୍ସ ବଜାରରେ ଏହି ହାହାକାରର କାରଣ କ’ଣ ?ବଜାରରେ କାରବାର ହ୍ରାସର ସବୁଠାରୁ ପ୍ରମୁଖ କାରଣ ଆମେରିକା ଫେଡେରାଲ ରିଜର୍ଭର ସଂକେତ । ଯଦିଓ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧିର ବିକଳ୍ପ ଚୟନ କରିନାହିଁ ତଥାପି ଚଳିତ ବର୍ଷ ଏହା ଆଉ ଏକ ବୃଦ୍ଧିର ସୂଚନା ଦେଇଛି । ଏହାକୁ ଲକ୍ଷ୍ୟ କରି ନିବେଶକ ମାନ୍ଦାବସ୍ଥାର ଆଶଙ୍କା କରି ବଜାର ପ୍ରତି ଆଶା ହରାଇଛନ୍ତି । ଏବେ ଆମେରିକାରେ ମୁଦ୍ରାସ୍ଫୀତି ବହୁତ ଉଚ୍ଚରେ ରହିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ଫେଡ୍ ରିଜର୍ଭ ଲଗାତର ସୁଧ ହାର ବୃଦ୍ଧି କରୁଛି । ଏହାଦ୍ୱାରା ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post