ସୁପର-୪ରେ ଆଫ୍‌ଗାନିସ୍ତାନ

ଚଳିତ ଏସିଆ କପ୍‌ ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର-୪ରେ  ଆଫ୍‌ଗାନିସ୍ତାନ ପ୍ରବେଶ କରିଛି। ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ।

ମୋସାଦେକ୍ ହୋସେନ୍‌ଙ୍କ ବିସ୍ଫୋରକ ୪୮ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୭ ୱିକେଟରେ ୧୨୭ ରନ୍‌ କରିଥିଲା। ବାଂଲାଦେଶ ଅଧିନାୟକ ସାକିବ୍ ଅଲ୍‌ ହାସନ୍ ୧୧, ମୋସାଦେକ୍ ହୋସେନ୍‌ ୪୮, ଆଫିଫ୍‌ ହୋସେନ୍‌ ୧୨, ମହମ୍ମଦୁଲ୍ଲା ୨୫ ଓ ମେହ୍‌ଦି ହାସନ୍‌ ୧୪ ରନ୍‌ କରିଥିଲେ। ଆଫ୍‌ଗାନିସ୍ତାନ ୧୨୮ ରନ୍‌ ସହଜ ଲକ୍ଷ୍ୟର ପିଛା କରିଥିଲା। ରହମାନୁଲ୍ଲା ଗୁର୍‌ବାଜ ୧୧, ଓପ୍‌ନର ହଜ୍ରତୁଲ୍ଲା ଜାଜାଇ ୨୩, ଅଧିନାୟକ ମହମ୍ମଦ ନବି ୮ ରନ୍‌ କରିଥିଲେ। ଇବ୍ରାହିମ୍ ଜାଦ୍ରାନ୍‌ ୪୨ ଓ ନଜିବୁଲ୍ଲା ଜାଦ୍ରାନ୍‌ ୪୩ ରନ୍‌କରି ଅପରାଜିତ ଥିଲେ। ଆଫ୍‌ଗାନିସ୍ତାନର ୨ ସ୍ପିନର ମୁଜିବୁର୍ ରେହ୍‌ମାନ ଓ ରସିଦ୍ ଖାଁ ୩ଟି ଲେଖାଏଁ ୱିକେଟ ନେଇଥିଲେ। ମୁଜିବୁର୍ ରେହ୍‌ମାନ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ।