ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୬୧୦(୬୧୦.୩୭) ପଏଣ୍ଟ ଖସି ୬୫,୫୦୮ (୬୫,୫୦୮.୩୨) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୧୯୩ (୧୯୨.୯୦) ପଏଣ୍ଟ ହ୍ରାସ ଘଟି ୧୯,୫୨୪ (୧୯,୫୨୩.୫୫) ଅଙ୍କରେ କାରବାର ବନ୍ଦ କରିଥିଲା। ଉଲ୍ଲେଖଯୋଗ୍ୟ, ବିଏସ୍ଇ ସେନ୍ସେକ୍ସର ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହ ଏନ୍ଏସ୍ଇ ନିଫ୍ଟି ମିଡ୍କ୍ୟାପ୍, ସ୍ମଲ୍ କ୍ୟାପ୍ ଏବଂ ବ୍ୟାଙ୍କ ଶେୟାରଗୁଡିକରେ ମଧ୍ୟ କାରବାର ହ୍ରାସ ହୋଇଥିବାବେଳେ ସେକ୍ଟୋରାଲ ଇଣ୍ଡେକ୍ସର ମଧ୍ୟ କାରବାର ହ୍ରାସ ଘଟିଛି।
Trending
- ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି
- ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ
- ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ
- ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି
- ୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି
- DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ
- ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
- ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ
- ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ
- MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା ,ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ
Prev Post
Next Post