ଚଳିତ ମାସ ଭାରତୀୟ ଶେୟାର ବଜାରରେ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ ସେଶନରେ ତୀବ୍ରତାର ସହ ଖୁବଶୀଘ୍ର ୬୮ ହଜାରକୁ ଛୁଇଁବ ବୋଲି ଆଶା କରାଯାଉଛି ।ଅନ୍ୟ ପକ୍ଷରେ ଏନଏସଇ ନିଫ୍ଟି ମଧ୍ୟ ରେକର୍ଡ ଉଚ୍ଚ ସ୍ତରରେ ଅଟକିଛି । ନିଫ୍ଟି ୫୦୬୬.୮୫ ପଏଣ୍ଟ ମଜବୁତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତର ୨୦,୧୬୯.୯୫ ପଏଣ୍ଟରେ ପହଞ୍ଚିଛି । ତେବେ ଚଳିତମାସ ଅଧା ଅର୍ଥାତ୍ ର ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଜାରରେ ଲଗାତାର ୧୧ ଦିନ ବ୍ୟବସାୟ ହୋଇଛି । ଏଥିରେ ସେନସେକ୍ସ ଲଗାତାର ୧୧ ଦିନ ବୃଦ୍ଧି ପାଇଛି ।ସେହିପରି ନିଫ୍ଟିରେ କେବଳ ଗୋଟିଏ ଦିନ ପାଇଁ ସାମାନ୍ୟ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଶେୟାର ବଜାରରେ ତୀବ୍ରତା ଯୋଗୁଁ ନିବେଶକଙ୍କ ପାଇଁ ଏହା ଖୁବ ଲାଭଦାୟକ ହୋଇଛି । ସେମାନଙ୍କ ଆୟ ଚଳିତମାସ ୩୩ ଲକ୍ଷ କୋଟିକୁ ପହଞ୍ଚିଛି । ସୂଚନା ଥାଉ କି, ସେପ୍ଟେମ୍ବର ୧ ତାରିଖରେ ଶେୟାର ବଜାର ଆରମ୍ଭରୁ ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପ୍ ୩,୦.୫୯,୧୩୮.୭୦ ଲକ୍ଷ କୋଟି ରହିଥିଲା । ସେହିପରି ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୧ ଟେଡିଙ୍ଗ ଦିନରେ ଏହା ବୃଦ୍ଧି ପାଇ ୩,୨.୨୦,୩୭୭.୬୯ ଲକ୍ଷ କୋଟିରେ ପହଞ୍ଚିଛି ।
Trending
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି