ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ୭୮,୧୬୪.୭୧ଅଙ୍କରେ ପହଞ୍ଚତ୍ଥିଲା ବେଳେ ୭୮,୦୫୩.୫୨ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ଏନ୍‌ଏସ୍‌ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ପ୍ରାୟ ୨୪,୦୦୦ (୨୩,୭୫୪.୧୫) ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୭୨୧.୩୦ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିଭଳି ବିଏସ୍‌ଇ ସେନ୍‌ସେକ୍ସ ୦.୯୨% ବୃଦ୍ଧି ଘଟିଥିବାବେଳେ ଏସ୍‌ଏନ୍‌ଇ ନିଫ୍ଟି ୫୦ରେ ୦.୭୮% ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ୦.୯୨% ଏବଂ ବିଏସ୍‌ଇ ମିଡ୍‌କ୍ୟାପ ୦.୦୩% ବୃଦ୍ଧି ପାଇଥିବାବେଳେ ନିଫ୍ଟି ମିଡ୍‌କ୍ୟାପ ୦.୩୮% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲ୍‌କ୍ୟାପ ୦.୪୦% ଏବଂ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ)ର କାରବାର ୧.୭୪% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।ଅପରପକ୍ଷରେ ନିଫ୍ଟ ବ୍ୟାଙ୍କ ପ୍ରଥମ ଥର ପାଇଁ ରେକର୍ଡସ୍ତରର କାରବାର କରିଛି। ଏପରିକି ମଙ୍ଗଳବାର ନିଫ୍ଟ ବ୍ୟାଙ୍କ ୯୦୨.୦୫ ପଏଣ୍ଟ ବା ୧.୭୪% ବୃଦ୍ଧି ପାଇଁ ୫୨,୬୦୬.୦୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ସେକ୍ଟେରାଲ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଉଲ୍ଲେଖନୀୟ ସଫଳତା ଯୋଗୁ ଏହି ନୂଆ ମାଇଲଖୁଣ୍ଟ ହାସଲ ହୋଇଛି।
ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭଳି ନିବେଶକମାନେ ସର୍ବାଧିକ ଲାଭବାନ ହୋଇଥିଲାବେଳେ ପାଓ୍ବାର ଗ୍ରୀଡ୍‌,ଟାଟା ଷ୍ଟିଲ୍‌ ଏସିଆନ ପେଣ୍ଟସ୍‌ ଭଳି ନିବେଶକ କ୍ଷତି ସହିଛନ୍ତି। ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ୍‌, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହ କାରବାରର ୨ୟ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୩୬ (୪୩୮.୮ଲକ୍ଷ କୋଟି) ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି।