ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବିଶେଷକରି ଆଇଟି କମ୍ପାନୀ କ୍ଷେତ୍ରରେ ଏହି ହ୍ରାସ ଦେଖାଯାଇଛି । ଯଦି ଦେଖିବା ହିରୋ ମଟୋକାର୍ପ, ୟୁନାଇଟେଡ୍ ସ୍ପିରିଟ ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପଟେ ବିଏସଇ ସେୟାର ଟ୍ରେଣ୍ଡରେ ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କର ସେୟାର ଆରମ୍ଭରୁ ହିଁ ଅଧିକ ଦେଖାଯାଇଛି ।ତେବେ ଷ୍ଟକ ମାର୍କେଟ ଆରମ୍ଭ ହେବାର ଅର୍ଥାତ 9.50 ମିନିଟରେ ସେନସେକ୍ସ ବୃଦ୍ଧି ପାଇବା ସହିତ ନିଫ୍ଟି ମଧ୍ୟ 25400 ଉପରକୁ ରହିଥିଲା । ଯାହାକି ମଙ୍ଗଳବାର ସହିତ ସମାନ ଅଟେ । ବ୍ୟାଙ୍କ ନିଫ୍ଟି ପାଇଁ ସେୟାର ବଜାରକୁ ରିଲିଫ ମିଳିଛି । କାରଣ ଆଇଟି ସେୟାର ହ୍ରାସ ପାଉଥିବା ବେଳେ ବ୍ୟାଙ୍କ ସେୟାର ବୃଦ୍ଧି ପାଉଥିବାରୁ ମାର୍କେଟରେ ସନ୍ତୁଳନ ଦେଖାଯାଇଛି । ଆଜି ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ଘରୋଇ ବ୍ୟାଙ୍କର ସେୟାର ମଜଭୁତ ରହିଛି । ବ୍ୟାଙ୍କ ନିଫ୍ଟିରେ 12ଟି ବ୍ୟାଙ୍କର ସେୟାର ବଢୁଛି । କେବଳ ଆକ୍ସିସ ବ୍ୟାଙ୍କର ସେୟାର କମିବାରେ ଲାଗିଛି ।ବିଏସଇ ସେନସେକ୍ସ 42.52 ନିମ୍ନଗାମୀ ହୋଇ 83037ରେ ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟି 25402 ରହିଛି । ସକାଳ 9.40 ସମୟରେ ବିଏସଇ ସେନସେକ୍ସରେ ଉଚ୍ଛୁକତା ଦେଖାଯାଇଥିଲା । ସେହିପରି ଡାଉନ ହୋଇଥିବା ସେୟାର ମଧ୍ୟରେ ଅଧିକାଂଶ ଆଇଟି ରହିଛି ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post