୪ ବର୍ଷରେ ୬ ହଜାର କିମି ରାସ୍ତାର ହୋଇଛି ବିକାଶ: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  କହିଛନ୍ତି ପୂରଣ ହୋଇଛି ୫୪୬ କିମି ବିଜୁ ଏକ୍ସପ୍ରେସ ଓ୍ୱେ ଲକ୍ଷ୍ୟ । ୪ ବର୍ଷରେ ୬ ହଜାର କିମି ରାସ୍ତାର ବିକାଶ କାମ କରିଛି ବିଭାଗ । ୧୨ଟି ପର୍ଯ୍ୟଟନସ୍ଥଳୀକୁ ଦୁଇ ଲାଇନ୍ ବିଶିଷ୍ଟ ରାସ୍ତା ହୋଇଛି । ଆଉ ୫ଟି ପର୍ଯ୍ୟଟନସ୍ଥଳୀ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ବଡ଼ ବଡ଼ ସହରରେ ରିଂ ରୋଡ୍ ନିର୍ମାଣ କାମ ଚାଲିଛି । ଅନ୍ୟ ବିଭାଗର କାମ ମଧ୍ୟ କରୁଛି ପୂର୍ତ୍ତ ବିଭାଗ । ବର୍ଷକୁ ୧୮ ହଜାର କୋଟିର କାମ କରାଯାଉଛି । ୩୧ଟି ବ୍ରିଜ୍ ସହ ବିଭିନ୍ନ ଧର୍ମସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲିଛି । ପୂର୍ତ୍ତ ବିଭାଗ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି ।