୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା

୫ ତାରିଖ ରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଏବେ ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଳଦ୍ୱୀପ-କୋମାରିନର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହେଉଛି । ତେଣୁ ଆସନ୍ତା ୩ ତିନ ଭିତରେ ମୌସୁମୀ କେରଳ ଛୁଇଁବ । ଓଡ଼ିଶାରେ ମୈାସୁମୀ ରଜ ପୂର୍ବରୁ ଆସିଯାଇଥିବା ଅନୁମାନ କରାଯାଉଛି । ସେନେଇ ଚାଷୀମାନେ ମଧ୍ୟ ମୈାସୁମୀ ବର୍ଷାକୁ ଅପେକ୍ଷା କରି ରହିଛନ୍ତି ।