୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା , ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ୨୮୮ ଛୁଇଁଲା ମୃତ୍ୟୁସଂଖ୍ୟା । ବାଲେଶ୍ବର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ପରେ ମୃତ୍ୟୁସଂଖ୍ୟା ୨୮୮ ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବାଲେଶ୍ୱରରୁ ଭୁବନେଶ୍ୱରକୁ ୧୯୩ ମୃତଦେହ ଆସିଥିଲା । ଭୁବନେଶ୍ବରରୁ ଏବେସୁଦ୍ଧା ୧୧୦ ମୃତଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ଭଦ୍ରକ ଜିଲ୍ଲାରେ ଜଣେ ମୃତକଙ୍କ ମୃତଦେହ ପରିଜନଙ୍କୁ ହସ୍ତାନ୍ତର ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସମୁଦାୟ ୨୦୫ ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି