୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଲା ସୁଭଦ୍ରାର ପ୍ରଥମ କିସ୍ତି
ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଯେଉଁମାନେ ପଂଜୀକରଣ କରିନାହାଁନ୍ତି ସେମାନଙ୍କୁ ମଧ୍ୟ ବହୁ ସମୟ ମିଳିବ । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତି । ଏହା ପରେ ପୁଣି ଦ୍ବିତୀୟ କିସ୍ତିରେ ଟଙ୍କା ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ପରୀକ୍ଷା ପାଇଁ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଛି । ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେ ଯେ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ ସେଭଳି ଦ୍ୱନ୍ଦ୍ୱରେ କେହି ନରହିବା ଉଚିତ୍ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ ।‘ସୁଭଦ୍ରା’ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ମନ୍ତବ୍ୟ ରଖି କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । କାରଣ ଆମେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ, ବ୍ୟବସାୟ ପାଇଁ, ପରିବାର ପାଇଁ ତଥା ନିଜ ପିଲାଙ୍କ ପାଇଁ ଏହାକୁ ଖର୍ଚ୍ଚ କରିପାରିବେ। ଏହାଦ୍ୱାରା ରାଜ୍ୟର କୋଟିଏରୁ ଅଧିକ ମହିଳା ଉପକୃତ ହେବେ ।