ସ୍ନାନ ମଣ୍ଡପ ଆଗରେ ଟଳି ପଡ଼ିଲେ ଭକ୍ତ

ପୁରୀ: ଶ୍ରୀଜିଉଙ୍କ ଦେବସ୍ନାନ ଯାତ୍ରା ବେଳେ ସ୍ନାନମଣ୍ଡପ ସମ୍ମୁଖରେ ଟଳି ପଡ଼ିଲେ ଭକ୍ତ ।  ମୃତକ ଜଣଙ୍କ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ । ଅମ୍ବାଲାଲଙ୍କ ପୂର୍ବରୁ ରକ୍ତଚାପ ଓ ହୃଦରୋଗ ଥିଲା ।  ଅମ୍ବାଲାଲ ପରିବାର ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଆସିଥିଲେ । ସ୍ନାନବେଦୀରେ ବିରାଜିତ ଶ୍ରୀଜିଉଙ୍କ ଦର୍ଶନ କରିବା ସମୟରେ ମୁଣ୍ଡ ବୁଲାଇବାରୁ ସେ ହଠାତ ପଡ଼ି ଯାଇଥିଲେ । ତାଙ୍କ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ।