ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି

ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ପୁରୁଣା ଚାନ୍ଦିନୀ ଚୌକରେ ଥିବା ସରକାରୀ ଜଘଞ କଲେଜ ପଛପଟେ ଥିବା ଚଐଊ କ୍ୱାର୍ଟରରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ସେକ୍ସ୍ ରାକେଟ।


ସୂଚନା ଅନୁଯାୟୀ,ଗିରଫ ହୋଇଥିବା ଚାରି ଜଣଙ୍କ ପରିଚୟ ହେଲା ଘର ମାଲିକ ଶରତ ଚନ୍ଦ୍ର ଚାନ୍ଦ, ତା ସ୍ତ୍ରୀ ଝୁନା ଚାନ୍ଦ, ସୁଜାତା ଓ ଗ୍ରାହକ ଦୁର‌୍ୟ୍ୟୋଧନ। ସୁଜାତା ଦଲାଲ ସାଜି ଗ୍ରାହକଙ୍କୁ ଆଣି ଯୋଗାଉଥିଲା। ଉଦ୍ଧାର ହୋଇଥିବା ଦୁଇ ଜଣ ଦେହଜୀବୀଙ୍କ ଡାକ୍ତରୀ ମଇନା ପାଇଁ ପଠାଯାଇଛି। ତେବେ ଏହା କେବେଠାରୁ ଚାଲୁଥିଲା ଏବଂ ଆଉ କିଏ କିଏ ସାମିଲ ଅଛନ୍ତି , ସେ ନେଇ ତଦନ୍ତ କରୁଛି ଲାଲବାଗ ଥାନା ପୋଲିସ।

ରିପୋର୍ଟ – ଗୈାରବଜୈନ , ମେଟ୍ରୋଟିଭି ଓଡିଶା