ଭୁବନେଶ୍ୱର: ଜଟଣୀରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁରଙ୍କ ପୁଅ ଘୋଷଣା କରିବା ପରେ ରାଜନୀତି ଚର୍ଚା ଜୋର ଧରିଛି । ଗଣମାଧ୍ୟମରେ ମନ୍ମଥ ଯେଉଁ ବୟାନ ଦେଇଥିଲେ ସେନେଇ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ମନ୍ମଥ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି | ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି |ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାରରେ ରାଜନୀତିକୁ ନେଇ କିଛି ଦିନ ହେଲା ମହାଭାରତ ସୃଷ୍ଟି ହୋଇଛି। ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନ୍ତବ୍ୟ ଦେବା ପରେ ଆରମ୍ଭ ହୋଇଛି କଳି। ପୁଅର ଏପରି ବୟାନ ପରେ ରାଗିଯାଇଛନ୍ତି ସୁର ରାଉତରାୟ। ଆଉ ସିଧାସିଧା କହିଛନ୍ତି ମୁଁ ଯାହା କହିବି, ପୁଅ ସେଇଆ କରିବ । ୨୦୨୪ରେ ଜଟଣୀରୁ କଂଗ୍ରେସ ଟିକେଟ୍ ପାଇ ଲଢିବ ପୁଅ ମନ୍ମଥ । ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା । କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ । ପ୍ରଥମତଃ ମୁଁ କଂଗ୍ରେସ ଦଳରେ ନାହିଁ ତେଣୁ ମୋତେ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ଶୃଙ୍ଖଳା କମିଟି ଭୁଲ କରିଥିଲା । ଦ୍ୱିତୀୟତଃ ଦଳରେ ନଥାଇ ସୁଦ୍ଧା ମୋତେ ନିଲମ୍ବନ କରାଯାଉଛି ଏହା ଶୃଙ୍ଖଳା କମିଟିର ଦ୍ୱିତୀୟ ଭୁଲ ।
Trending
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା