ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ହୋଇଛି । ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନର ଶୁଭାରମ୍ଭ କରିଛନ୍ତି । ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏହି ଟ୍ରେନ୍‌ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରିବ । ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହୋଇଛି । ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହୋଇଥିବା କୁହାଯାଇଛି । ପୁରୀ କୋଣାର୍କ ମଧ୍ୟ ଯାତ୍ରୀମାନେ ବୁଲିବା ପାଇଁ ବ୍ୟବସ୍ଥା ରହିଛି । ଏହି ଟ୍ରେନକୁ ଓଡ଼ିଶାରେ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି ।