5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଅଭିଯୋଗର ବିଚାର କରାଯାଇ ୮ ତାରିଖ ଭିତରେ ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନର ସଠିକ ବିନିଯୋଗ କରିବାକୁ 5T ସଚିବ ଆହ୍ବାନ ଦେଇଛନ୍ତି ।
କୋରେଇର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୩ଟି ପଞ୍ଚାୟତରେ ୧୪୦ କୋଟି ଖର୍ଚ୍ଚ ହେବ । ତୁଳସୀପୁର ଏବଂ ରାଉତରାପୁର ମେଗାଲିଫ୍ଟ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ନିର୍ମାଣ କାମ ଚଳିତ ବର୍ଷ ଶେଷ ହେବ । ଏହା ମାଧ୍ୟମରେ ୧୦ ହଜାର ଏକର ଜମି ଜଳସେଚିତ ହେବ ।