ବିଜେଡିର ଆଗ ଧାଡ଼ିର ନେତା ପ୍ରସନ୍ନଙ୍କ ନେଇ ଏବେ ବଢିଛି ଚର୍ଚ୍ଚା । ଆଜି ଏହି ବିଜେଡି ନେତା ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ତେବେ ଏହି ଗସ୍ତ ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଦୀର୍ଘ ଦିନର ସମ୍ପର୍କ ତୁଟାଇ ଏବେ ଦଳ ଛାଡ଼ିପାରନ୍ତି ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଶଙ୍ଖ ଛାଡ଼ି ପଦ୍ମ ଧରିବାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।ଏଥର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରୁ ଅନେକ ପୁରୁଖା ନେତା ଗୃହତ୍ୟାଗ କରିଛନ୍ତି । ବିଜେଡି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି ଚିହ୍ନା ଚେହେରା । ଏବେ ବିଜେଡି ପକ୍ଷରୁ ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ତାଲିକାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ଏବେ ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ୧୯୯୮ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱରର ସାଂସଦ ଭାବରେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ଦଳ ତାଙ୍କ ଉପରେ ଟିକେଟ ଦେଇନଥିଲା । ୫ ଥର ଭୁବନେଶ୍ୱରରୁ ବିଜୟ ଟୀକା ପିନ୍ଧିଥିବା ପ୍ରସନ୍ନ ପାଟ୍ଟଶାରୀଙ୍କ ସ୍ଥାନରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅରୂପ ମୋହନ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ।ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ତେବେ ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପଠାଇବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଦଳ ଏହି ପ୍ରତିଶ୍ରୁତି ନ ରଖିବା ପରେ ବିଜେଡି ଉପରେ ପାଟ୍ଟଶାଣୀଙ୍କ ଅସନ୍ତୋଷ ଭାବ ଦେଖାଯାଇଛି । ଏହାପରେ ୨୦୨୪ରେ ମଧ୍ୟ ତାଙ୍କୁ କୌଣସି ଟିକେଟ ଦେଇନାହିଁ ବିଜେଡି, ଯାହାକୁ ନେଇ ସେ ଅସନ୍ତୁଷ୍ଟ ରହିଛନ୍ତି । ତେଣୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଉଦ୍ଦେଶ୍ୟରେ ସେ ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଛି ।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ