ମେଟ୍ରୋ ଟିଭି ଓଡିଶା,୧/୨ : କଥାରେ ଅଛି ଭକ୍ତ ଭକ୍ତିରେ ଡାକିଲେ ଭଗବାନ୍ ସବୁଠାରେ ମିଳିଯାଇଥାନ୍ତି । ସେ ପଥରରେ ହେଉ କିମ୍ବା କୈାଣସି ବସ୍ତୁରେ । ଭଗବାନ ସବୁବେଳେ ଭକ୍ତଙ୍କ ଡାକ ଶୁଣିବା ପାଇଁ କୈାଣସି ନା କୈାଣସି ରୂପରେ ଦେଖାଦିଅନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗଯୁଗାନ୍ତରର । ଭକ୍ତିର ପରିଚୟ ଦେଇ ଦାସିଆ ବାଉରୀ ହାତରୁ ନଡିଆ ନେଇଥିଲେ ପ୍ରଭୁ ଜଗନ୍ନାଥ । ବିଦୁର ଘରୁ ପ୍ରଭୁ କଳା ଠାକୁର ଶାଗପଖାଳ ଖାଇ ଜଣାଇଦେଇଥିଲେ ସଂସାରରେ ନାହିଁ ଭେଦ ଭାବ । ସବୁବେଳେ ଭକ୍ତଙ୍କ ଡୋରିରେ ବନ୍ଧା ଜଗତର ନାଥ ଶ୍ରୀଜଗନ୍ନାଥ । ଦୁନିଆଁରେ ଭଗବାନ ଅଛନ୍ତି ବୋଲି ଭକ୍ତଙ୍କୁ ଜଣାଇବା ପାଇଁ ସେ ସବୁଠି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିପାଇଁ କୁହନ୍ତି ସେ ସର୍ବ ବିଦ୍ୟମାନ ।
ସେହିପରି ବାରିପଦା ଉପକଣ୍ଠ ମୋରଡା ବ୍ଲକ ଅନ୍ତର୍ଗତ କୋହି ଗ୍ରାମରେ ଦେଖିବାକୁ ମିଳିଛି ଅଲୈାକିକ ଘଟଣା । ରୁଟିରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ସ୍ୱୟଂ ମହାପ୍ରଭୁ । ସୂଚନା ମୁତାବକ, କୋହି ଗ୍ରାମର ଶିତୁକାନ୍ତଙ୍କୁ ବୋହୁ ରାତିରେ ରୁଟି ତିଆରି କରିଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କୁ ଖାଇବାକୁ ଦେବା ସମୟରେ କୃଷ୍ଣଚନ୍ଦ୍ର ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇ ଭାବ ବିହ୍ୱଳ ହେବା ସହିତ ଆଖିରୁ ତାଙ୍କର ଲୁହ ଆସିଯାଇଥିଲା । ଏହି ସଂମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ରୁଟିରେ ଭଗବାନଙ୍କୁ ଦେଖିବା ତାଙ୍କ ଘର ସାମ୍ନାରେ ଭିଡ ଦେଖିବାକୁ ମିଳିଥିଲା । କିଏ ଘଟଣା ମିଛ ବୋଲି କହୁଥିବା ବେଳେ ଆଉ କିଏ ଏହା ଏକ ଆଲୈାକିକ ଘଟଣା ବୋଲି କହୁଛନ୍ତି ।