ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି ୫ରୁ ୧୮ ବର୍ଷର ପିଲା । ବିଏସକେଓ୍ବାଇ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଏସକେଓ୍ବାଇ ଚିକିତ୍ସା ମିଳିପାରୁନଥିଲା ।
Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
Next Post