ରାଜ୍ୟରେ କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୧୯/୧: ରାଜ୍ୟରେ କମିବ ଶୀତ । ଏବେ ଦିନର ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଲାଣି । ଆଗାମୀ ଦିନରେ ୩ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ବାବନା ରହିଛି । ଏବେ ପାଗ ଶୁଖିଲା ରହିଛି ଓ ରାତିରେ ଶୀତର ତାପମାତ୍ରା ଅଧିକ ରହିଛି । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି।
ଆଗାମୀ ୨ ଦିନ ଯାଏ ପାଗ ଶୁଖିଲା ରହିବ। ୨ଦିନ ଯାଏ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଘନକୁହୁଡ଼ି ପାଇଁ ଆଜି ୧୧ଟି ଜିଲ୍ଲା ଓ ୨୦ ତାରିଖ ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ଓ ୨୨ତାରିଖରେ ପାଗ ଶୁଖିଲା ରହିଲେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।