ଓଡିଶା ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଅଭ୍ୟାସଗତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗ କରି ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ଭାବେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଓଡିଶା ଯେତେ ବେଳେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରିଥିଲା, ବିତ୍ତୀୟ ପରିଚାଳାନା ଓ ଋଣହାର ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଥିଲା, ସେତେ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡିଶାକୁ ପ୍ରଶଂସା କରିଥିଲା । ଏକାଧିକ ରୂପାନ୍ତରଣ କାର୍ଯ୍ୟ ହେଉ ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସିତ ହୋଇଛି । ହେଲେ ଓଡିଶା ବିଜେପିର ନେତା ଏବଂ ଧର୍ମେନ୍ଦ୍ର ପ୍ରଧାନ କେବେ ଏସବୁ ଉପଲବ୍ଧିକୁ ପ୍ରଶଂସା କରି ନଥିଲେ । ସେମାନଙ୍କ ପାଇଁ ରାଜନୀତି ପ୍ରଥମ, ଓଡିଶା ପଛ । ସବୁବେଳେ ସେମାନେ ଚେଷ୍ଟା କରିଥାଆନ୍ତି କେମିତି ତଥ୍ୟକୁ ଗୋଳମାଳିଆ କରି ଉପସ୍ଥାପନ କରିବେ । ଓଡିଶାକୁ ବଦନାମ କରିବେ । ଯେତେବେଳେ ପୁରା ଓଡିଶା, ରାଜ୍ୟରେ ଚାଲିଥିବା ଭଲ କାର୍ଯ୍ୟ ପାଇଁ ଗର୍ବ କରୁଛି ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ବିବ୍ରତ ହୋଇ ପଡୁଛନ୍ତି ।
Trending
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
Prev Post