ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଗତ ୧୬ ମାସର ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଜେପି ହତାଶ ହୋଇ ବିଜେଡି ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ବୋଲି କୁହାଯାଇଛି ।
ଏହି ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ଓଡିଶା ଦେଶର ଅପରାଧ ତାଲିକାରେ, ୮ମ ସ୍ଥାନରେ ରହିଛି । ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ରାହାଜାନି ଇତ୍ୟାଦି ଘଟଣାମାନ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଜନସାଧାରଣଙ୍କ ହୃଦବୋଧ ହୋଇଛି । ରାଜ୍ୟର ସରକାରୀ ଅଫିସ ଗୁଡିକରେ ଯଥା, ବ୍ଲକ ଓ ପଞ୍ଚାୟତ ଅଫିସ ଇତ୍ୟାଦିରେ ବିଜେପି କର୍ମୀ ମାନଙ୍କ ଦୌରାତ୍ମ ବୃଦ୍ଧି ପାଇଛି । ରାଜ୍ୟର ଥାନା ଗୁଡିକ ବିଜେପି ନେତା ଓ କର୍ମୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଡ. ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି କର୍ମୀମାନଙ୍କ ସହାଭାଗିତାରେ ଚୋରା ବାଲି, ଚୋରା ଚିପ୍ସ ଓ ଚୋରା ମଦ କାରବାର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ବିଜେପି ନେତା, କର୍ମୀ ଓ ଅପରାଧୀଙ୍କ ସହିତ ଏକ ଅସାଧୁ ମେଣ୍ଟ ମାଧ୍ୟମରେ ଏହି ସବୁ ଚୋରା କାରବାର ବୃଦ୍ଧି ପାଇଛି । ଏହାଛଡ଼ା, ସରକାରୀ ଚାକିରୀକୁ ବିକ୍ରୟ କରିବା ପାଇଁ ଏକ ପ୍ରକାରର ନିଲାମ ଡକାଯାଉଛି । ଏହି ସବୁ ବିଫଳତାକୁ ଲୁଚାଇବା ପାଇଁ ବିଜେପି ସରକାର ଏବେ ରକ୍ତମୁଖା ହୋଇ ବିରୋଧୀ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛି । ସେହି ନ୍ୟାୟରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ, ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଗିରଫ କରାଯାଇଛି । ଏହି ଘଟଣାରେ, ବିକ୍ରମଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି । ଦେଶରେ ପ୍ରତିପକ୍ଷ ଦଳର ନେତା ମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା, ବିଜେପିର ପୁରୁଣା ଅଭ୍ୟାସ ରହିଛି । ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ, ଏହି ପ୍ରକ୍ରିୟା ଏଠାରେ ମଧ୍ୟ ଆରମ୍ଭ ହୋଇଛି । ଡ.ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଏହି ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବ । ଆଇନଗତ ଲଢେଇ ସହିତ ରାଜରାସ୍ତାରେ ମଧ୍ୟ ବିଜେଡି ଏହି ଲଢେଇ ଜାରି ରଖିବ ।
Trending
- ମହାରାଷ୍ଟ୍ରରେ ଲଗାଣ ବର୍ଷା ,ଦୁଇଟି ସ୍ଥାନରେ ଭୂସ୍ଖଳନ,ୱାର୍କ ଫ୍ରମ ହୋମ୍ ନିୟମ ଲାଗୁ
- ଭେନେଜୁଏଲା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଭି.କେ. ପାଣ୍ଡିଆନ: ଉଦ୍ଧାର କାର୍ଯ୍ୟର ସମୀକ୍ଷା ସହ ପ୍ରମୁଖ ନେତାଙ୍କ ସହ ଆଲୋଚନା
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ,ଅଘଟଣ ଶୂନ୍ୟ ରଥଯାତ୍ରା ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୧୦ ସୂତ୍ରୀ ନିର୍ଦ୍ଦେଶ
- ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଦେଲେ ଇସ୍ତଫା, ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି
- ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ
- ପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍
- ମହାରାଷ୍ଟ୍ରରେ ଲଗାଣ ବର୍ଷା , ମୁମ୍ବାଇର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି
- ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ,ଘଟଣାସ୍ଥଳରେ ପହଚିଞ୍ଚି ଲକ୍ଷ୍ମୀସାଗର ଥାନା ପୋଲିସ
- ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ
- ଭୁବନେଶ୍ବର ବାଣୀବିହାର ସ୍ଥିତ ମୁକୁଳା ଡ୍ରେନରେ ଭାସିଗଲେ ଯୁବକ,ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର