ରାଜ୍ୟକୁ ବିକାଶମୁହାଁ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ଏହି ମର୍ମରେ ରାଜ୍ୟରେ ୧୧,୯୬୯ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୪୮୨ କୋଟିର ୭ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଶିଳ୍ପ ଓ ରୂପାନ୍ତରଣ ଆଡ଼କୁ ପୁଣି ଏକ ପାଦ ବଢ଼ାଇଛନ୍ତି ରାଜ୍ୟ ସରକାର ।ସୂଚନା ମୁତାବକ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୮୨.୫୩ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ୭ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଶିଳ୍ପ ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ୧୧,୯୬୯ ବା ପାଖାପାଖି ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ତେବେ ଅନୁମୋଦନ ମିଳିଥିବା ୭ଟି ଶିଳ୍ପ ପ୍ରସ୍ତାବ ମଧ୍ୟରେ ବୟନ, ରାସାୟନିକ, ଖଣି, ଇସ୍ପାତ, ବାୟୋଗ୍ୟାସ ଏନର୍ଜି ଆଦି କ୍ଷେତ୍ର ରହିଛି । ରାଜ୍ୟର ବାଲେଶ୍ୱର, ରାୟଗଡ଼ା, ଯାଜପୁର, ଖୋର୍ଦ୍ଧା, କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଜିଲ୍ଲାମାନେଙ୍କରେ ଏହି ସବୁ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧାରେ ୨୧୪ କୋଟି ନିବେଶ କରି ଏମଏଏସ ଉଦ୍ୟତ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବୟନ ଶିଳ୍ପ ପ୍ରତିଷ୍ଠା କରିବା ଫଳରେ ସେଠାରେ ୮୮୪୪ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି କେନ୍ଦୁଝରରେ ୮୦୦ କୋଟି ନିବେଶ କରି ଟେକ୍ ଏଆଇସି ଡିଆରଆଇ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ୨୦୧୩ ଜଣଙ୍କୁ ନିଯୁକ୍ତି ଦେବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post