ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିଲେ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଛନ୍ତି। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଛନ୍ତି।
https://twitter.com/rashtrapatibhvn/status/1654020026507345920?s=20
Governor of Odisha Prof. Ganeshi Lal and Union Minister of State Shri Bishweswar Tudu received President Droupadi Murmu on her arrival at Badampahar in Rairangpur, Odisha. The President was accorded a warm reception by the people as she comes home nearly a year after her election… pic.twitter.com/1rz9iwQhzC
— President of India (@rashtrapatibhvn) May 4, 2023
ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସଜେଇ ହୋଇଛି ମୟୂରଭଞ୍ଜ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ଗାଁଠୁ ସହର ଏବେ ରାଷ୍ଟ୍ରପତିଙ୍କ ଚର୍ଚା । ଓଡ଼ିଆ ଝିଅ ରାଷ୍ଟ୍ରପତି । ସାଙ୍ଗ, ସାଥୀ, ବନ୍ଧୁ ବାନ୍ଧବ ଏବେ ପାହାଡ଼ପୁରଠୁ ଆରମ୍ଭ କରି ରାଇରଙ୍ଗପୁର ଯାଏ ଆସି ପହଁଚିଛନ୍ତି । ସାରା ଜିଲ୍ଲାରେ ଆଦିବାସୀ ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି। କେଉଁଠି ନାଚ ଗୀତ ତ ଆଉ କେଉଁଠି ଢୋଲ ବାଦ୍ୟର ତାଳେ ତାଳେ ଝୁମୁଛନ୍ତି ସମସ୍ତେ। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା। ଆଜି ମଧ୍ୟାହ୍ନ ଭୋଜନରେ ପଖାଳ, ବଡ଼ି ଚୁରା, ଶାଗ ଭଜା, ଆଳୁ ଭଜା, ସମେତ ନାନାଦି ବ୍ୟଞ୍ଜନ ରାଷ୍ଟ୍ରପତିଙ୍କ ପସନ୍ଦ ସବୁ ମେନ୍ୟୁରେ ରହିଥିଲା। ହେଲିକପ୍ଟରରୁ ନିଜ ଜନ୍ମମାଟିରେ ଓହ୍ଲାଇବା ବେଳେ ମଧ୍ୟ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଶତାଧିକ ଲୋକ ଅପେକ୍ଷା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ଯେପରି ବୁଝି ପାରିଥିଲେ। କାରକେଡ୍ରୁ ହଠାତ୍ ଓହ୍ଲାଇ ପଡ଼ିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ପହଞ୍ଚିଥିଲେ ।