ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ ମେଣ୍ଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ହେଉ କି, ଗାଁ ଖଟିରୁ ଚା’ ଖଟି ଯାଏଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ଏବେ ପ୍ରସଙ୍ଗ ମୁଣ୍ଡ ଟେକିଛି ମେଣ୍ଟ ହେଲାନି କାହିଁକି। କେଉଁଠି କେଁ ରହିଲା। ଆଜିର ତାପମାତ୍ରା ପରି ମେଣ୍ଟ ରାଜନୀତି ରାଜଧାନୀକୁ ଆହୁରି ଉଷ୍ମ କରେଇଛି।ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା କହୁଛି, ଏକାକୀ ଲଢ଼ିଲେ ଭାଜପା ଅଧିକ ଆସନ ଜିତିପାରିବ ବୋଲି ଦଳର ଶୀର୍ଷ ନେତାଙ୍କୁ ଭରସା ଦେଇଛି ଦଳର ରାଜ୍ୟ ଶାଖା । ସମ୍ଭବତଃ ବିଧାନସଭା ଆସନରେ ବିଜେଡି ଶହେ ତଳକୁ ନ ଖସିବା ମଧ୍ୟ ମେଣ୍ଟ ଆଲୋଚନା ବିଫଳ ହେବା ପଛର ଅନ୍ୟତମ କାରଣ ହୋଇପାରେ ।ରାଜ୍ୟ ଭାଜପା ମୁଖ୍ୟାଳୟରେ ଏହି ସେଲିବ୍ରେଶନ ହିଁ ବୟାନ କରୁଛି, ଦଳୀୟ କର୍ମକର୍ତ୍ତାଙ୍କ ଭିତରେ କେତେ ଉତ୍ସାହ । ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ପରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀଙ୍କ ଭିତରେ ଖୁସି ଫେରିଆସିଛି । ମନମୋହନଙ୍କ ପରେ ଏମପି ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ସମାନ କଥାକୁ ସମର୍ଥନ କରିଛନ୍ତି। ଏପରିକି ଅପରାଜିତା ନିଜେ ମଧ୍ୟ କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ହେଲେ ଆମେ ରିଜେକ୍ଟ କରିଛୁ।ଏବେ ସମସ୍ତଙ୍କ ମନରେ ଜାଣିବାକୁ ଉତ୍କଣ୍ଠା, କାହିଁକି ହୋଇପାରିଲାନି ବିଜେଡି-ଭାଜପା ଭିତରେ ମେଣ୍ଟ । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଆଧାରରେ, ମେଣ୍ଟ ନ ହେବା ପଛରେ ମୁଖ୍ୟତଃ ଏହି କାରଣ ରହିଛି । ପ୍ରଥମତଃ ଉଭୟ ବିଜେଡି ଓ ଭାଜପା ଭିତରେ ବିଧାନସଭା ଆସନକୁ ନେଇ ବୁଝାମଣା ହୋଇପାରିଲା ନାହିଁ । ଦ୍ବିତୀୟ କାରଣ ହେଲା, ଶହେରୁ ଅଧିକ ବିଧାନସଭା ଆସନରେ ଲଢ଼ିବା ପାଇଁ ଅଡ଼ି ରହିଲା ବିଜେଡି । ଯେଉଁଥିପାଇଁ ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରିଲା ନାହିଁ । ତୃତୀୟ ହେଉଛି, ମେଣ୍ଟକୁ ରାଜ୍ୟ ଭାଜପା ନେତାମାନେ ଦୃଢ଼ ବିରୋଧ କରିଥିଲେ । ପ୍ରତି ଥର ଆଲୋଚନାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଏକାକୀ ଲଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ । ଚତୁର୍ଥ କାରଣ ହେଲା, ରାଜ୍ୟ ଭାଜପା ଅଧିକ ଆସନରେ ଜିତି ପାରିବ ବୋଲି ଯେଉଁ ସବୁ ଆଧାର ଦର୍ଶାଇଥିଲା, ତାକୁ ଦଳର ଶୀର୍ଷ ନେତୃତ୍ୱ ଭରସା କରିଥିଲେ। ୫ ନମ୍ବର କାରଣ ହେଲା ମେଣ୍ଟ ହେଲେ ଉଭୟ ଦଳରେ କର୍ମୀ ମହଲରେ ଅସନ୍ତୋଷ ବଢ଼ିବ ବୋଲି ଦୁଇ ଦଳର ଶୀର୍ଷ ନେତାଙ୍କୁ ଭୟ ଘାରିଲା ।ମେଣ୍ଟ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକାଧିକ ବାର କହିଥିଲେ । ତେବେ ଦଳର ରାଜ୍ୟ ସଭାପତିଙ୍କ ଏକାକୀ ଲଢ଼େଇ ମନ୍ତବ୍ୟ ପରେ ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ମେଣ୍ଟ ସଂପର୍କରେ ମତ ରଖିବେ କି ନାହିଁ, ତାକୁ ନେଇ ଅନିଶ୍ଚିତତା ରହିଛି । କାରଣ ରାଜନୈତିକ ମହଲରେ ଏକ ଧାରଣା ରହିଛି ଯେ ବିଜେଡି-ଭାଜପା ଭିତରେ ପ୍ରତ୍ୟକ୍ଷ ମେଣ୍ଟ ନ ହେଲେ ବି ଲୁଚାଛପା ମେଣ୍ଟ ରହିଆସିଛି । ଏବଂ ଏହା ୨୪ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି