ଆଜି ମତଦାନ ଦିବସର ସଂଧ୍ୟାରେ ଗୋସାଇଁ ନୂଆଗାଁ ଅଞ୍ଚଳରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏଥିରେ ପ୍ରଦୀପ ଆହତ ହେବା ସହ ଏମ୍କେସିଜି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପିଣ୍ଟୁଙ୍କୁ ପୁଲିସ ଅଟକ ରଖିଛି। କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଏଭଳି ଠେଲାପେଲା ହୋଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପିଣ୍ଟୁଙ୍କ ବହୁ ସମର୍ଥକ ଗୋସାଇଁ ନୂଆଗାଁ ଥାନା ଆଗରେ ରୁଣ୍ଡ ହୋଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋସାଇଁ ନୂଆଗାଁ ଥାନା ଫାଟକକୁ ବନ୍ଦ କରିଦିଆଯାଇଛି।
Trending
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
Next Post