ଏଣିକି ରାଜ୍ୟ ଭିତରେ ମେଟ୍ରୋ ଟ୍ରେନର ସୁବିଧା ନେଇପାରିବେ କଟକ ଓ ଭୁବନେଶ୍ୱରର ବାସିନ୍ଦା । ଟ୍ୱିନ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ଡିପିଆରକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ବର୍ତ୍ତମାନ ଯଥାଶୀଘ୍ର ଉଭୟ ସହରରେ ମେଟ୍ରୋ ରେଳ ସୁବିଧା ଉପଲବ୍ଧ କରାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି ।ଏହି ପ୍ରକଳ୍ପ ଅନୁସାରେ, ଭୁବନେଶ୍ୱରର ଏୟାରପୋର୍ଟରୁ ତ୍ରିଶୂଳିଆ ମେଟ୍ରୋ ରେଳ ସୁବିଧା ପାଇପାରିବେ ସ୍ଥାନୀୟ ବାସିନ୍ଦା । ଏହି ପ୍ରକଳ୍ପ ପାଇଁ ମୋଟ ୫,୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆସନ୍ତା ୪ ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏୟାରପୋର୍ଟରୁ ତ୍ରିଶୂଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ବୋଲି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି । ସମ୍ପୂର୍ଣ୍ଣ ଓଭରବ୍ରିଜ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ନିର୍ମାଣ କରାଯିବ । ମେଟ୍ରୋ ପ୍ରକଳ୍ପରେ ଅତ୍ୟାଧୁନିକ କୋଚ୍ ଏବଂ ଟିକେଟ ସହିତ ସିଗନାଲ ଭଳି ସୁବିଧା ଉପଲବ୍ଧ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post