ଓଡ଼ିଶାକୁ ବିକଶିତ ଓ ସମୃଦ୍ଧ କରି ଗଢିତୋଳିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ସ୍ବପ୍ନ ଓ ନିର୍ଦ୍ଦେଶକୁ ବାସ୍ତବତାର ରୂପ ଦେଇଛନ୍ତି ପାଣ୍ଡିଆନ । 5T ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, ସୁବିଧାରେ, ସମୟ ଅନୁସାରେ ସେବା ପ୍ରଦାନର ପ୍ରତିଶ୍ରୁତିବଦ୍ଧତାକୁ ଅନୁପାଳନ କରିଥିଲେ ପାଣ୍ଡିଆନ । 5Tରେ ଥିବା ପ୍ରଥମ Tର ଅର୍ଥ ହେଲା ଟ୍ରାନ୍ସପେରେନ୍ସି ବା ସ୍ବଚ୍ଛତା ।ଶାସନରେ ସ୍ବଚ୍ଛତା ଉପରେ ଦିଆଯାଇଥିଲା ପ୍ରଥମ ଗୁରୁତ୍ୱ । ଦ୍ବିତୀୟ ଟି’ର ଅର୍ଥ ହେଲା, ଟିମ୍ ଓ୍ବାର୍କ ବା ସମ୍ମିଳିତ ଉଦ୍ୟମ । ତୃତୀୟ ଟି’ର ଅର୍ଥ ହେଲା ଟେକ୍ନୋଲୋଜି ବା ଜ୍ଞାନକୌଶଳ । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସରକାରୀ କାର୍ଯ୍ୟକୁ ସହଜ କରାଇ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଏହାର ଉଦ୍ଦେଶ୍ୟ । ଚତୁର୍ଥ ଟି’ର ଅର୍ଥ ହେଲା, ଟାଇମ ବା ସମୟାନୁବର୍ତ୍ତିତା । ଏକ ନିର୍ଦ୍ଦିଷ୍ଟ ସମୟରେ ଲୋକଙ୍କର କାର୍ଯ୍ୟ ସଂପାଦନ କରିବା । ଏ ୪ଟି ଟିକୁ ମିଶାଇଲେ ପଞ୍ଚମ ଟିର ଆବିର୍ଭାବ, ଅର୍ଥାତ୍ ଟ୍ରାନ୍ସଫରମେସନ୍ ବା ରୂପାନ୍ତରଣ । ଓଡ଼ିଶାର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିଛନ୍ତି ପାଣ୍ଡିଆନ ।ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ପ୍ରତିଟି ସମୟକୁ ଓଡ଼ିଶାର ବିକାଶରେ ବିନିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ଦୁଆରେ ଦୁଃଖ ଶୁଣିଛନ୍ତି । ପ୍ରତିଟି ସମସ୍ୟାକୁ ଅନ ଦି ସ୍ପଟ୍ ସମାଧାନ ହେଉ କି ବିକାଶ ପାଇଁ ତ୍ବରିତ ପଦକ୍ଷେପ ନେବାରେ ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ । ଏପରିକି କାଳିମାଡ଼ ଓ ଅଣ୍ଡାମାଡ଼କୁ ଖାତିର ନକରି ନୂଆ ଓଡ଼ିଶା ଗଠନ ପାଇଁ ହସିହସି ସବୁ ବାଧାବିଘ୍ନକୁ ସହିଯାଇଛନ୍ତି ପାଣ୍ଡିଆନ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ