ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ

ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ

ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।
ଗତକାଲି ଏକ ଘରୋଇ ହସ୍ପିଟାଲରେ ମିହିରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗରେ ବହୁ କଳାକାର ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକପ୍ରକାଶ କରିଛନ୍ତି ।ସେ ଜଣେ ଭଲ ମଣିଷ ଥିଲେ ମିଠା ମିଠା କଥା କହୁଥିବା ଲୋକଟି କଳାକାର ଜଗତରୁ ଚାଲିଗଲା ବହୁ ଦୂରକୁ । ତାଙ୍କ ସୃତିରେ ତାଙ୍କୁ ପଦ୍ମଶ୍ରୀ ଦେବାକୁ ଅଭିନେତା ଶ୍ରୀତମ ଦାବି କରିଥିଲେ । ସେହିପରି ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଜଣେ କଳାକାର ପାଇ ସମ୍ମାନ ବଡ ନୁହେଁ ।ତାଙ୍କୁ ଦେଖିବାକୁ କେତେ ଲୋକ ରୁଣ୍ଡ ହେଲେ ସେଟା ଗୋଟେ କଳାକାର ପାଇ ସମ୍ମାନ ଠାରୁ ବି ବଡ ।ଦୀର୍ଘ ୪ଦଶନ୍ଧି ଧରି ଓଡିଆ ସିନେ ଜଗତରେ ଅଭିନୟ କରୁଥିଲେ ମିହିର ଦାସ ।