ମିଛ କନିଆଁ ଠକିନେଲା ତିନି ଲକ୍ଷ ଟଙ୍କା

ରାଜଧାନୀରେ ପ୍ରତିଦିନ କିଏ କାହାକୁ ଲୁଟିବାକୁ ଷଡ଼ଯନ୍ତ୍ର କରୁଛି । ଯିଏ ଏହି ଠକଙ୍କ ହାବୁଡ଼ରେ ପଡିବେ ସେମାନେ ସର୍ବସ୍ବ ହରାଇବେ । ଏବେ ଏକ  ମ୍ୟାରେଜ୍ ରାକେଟ୍ ବର ପରିବାରଠୁ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ମିଛ ବାହାଘର,  ମିଛ କନିଆଁ ।,ଫେକ୍ ବାପା ମାଆ ଓ ଭାଇ ଭଉଣୀ, ଫୋନ ଆଦି ବାହାନା କରି ଲୁଟି ନେଇଛନ୍ତି ଟଙ୍କା । ବିଶ୍ବାସ ଜନ୍ମାଇ ଏଭଳି ଲୁଟିଛନ୍ତି ପୁଅ ଘରଠୁ । ପ୍ରଥମେ ମଧ୍ୟସ୍ତି ହୋଇ ବାହାଘର ପାଇଁ ପ୍ରସ୍ତାବ ଦେଲେ । ଝିଅର ଫୋନ ନମ୍ବର ଦେଲେ । ଭିଡିଓ କଲରେ ପୁଅ କଥା ହେଲା । ବାହାଘର ପାଇଁ ସବୁ ତାରିଖ ଠିକ୍ ହେଲା ତାପରେ ନାଟକ କରି ନେଲେ ତିନି ଲକ୍ଷ ଟଙ୍କା । ଏଭଳି ଏକ ଠକ ଗ୍ୟାଙ୍ଗ ଦ୍ୱାରା ଠକେଇ ହୋଇଥିବା ବର ଏବେ ସାମ୍ନାକୁ ଆସିଛନ୍ତି। ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ଅଭିଯୋଗ ହେବା ପରେ, ସେହି ଠକ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ । ବଡ଼କଥା ହେଉଛି ଏଭଳି ଗ୍ୟାଙ୍ଗ ରାଜଧାନୀରେ ଏକାଧିକ ଯୁବକଙ୍କୁ ଚୁନା ଲଗାଇଛନ୍ତି । ପାଖାପାଖି ୫ରୁ ଅଧିକ ପରିବାର ଏମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଛନ୍ତି । ଠକ ମାନେ ଗୋଟିଏ ପରିବାରର ବୋଲି ଜାଣିବାକୁ ପାଇଛି ପୁଲିସ।

ଠକ ଗ୍ୟାଙ୍ଗର ସଦସ୍ୟ ପୁଅ ଘର ଲୋକଙ୍କୁ ଟାର୍ଗେଟ୍ କରି ପ୍ରଥମେ ବର ପାଇଁ ଶେରୱାନୀ ଓ ବାହାଘର ସାମଗ୍ରୀ କିଣାଇ ଦେଉଥିଲେ । ଏପରିକି ବର କିଛି ଚାକିରି କରିନଥିଲେ ମଧ୍ୟ ଟଙ୍କା ଦେଲେ ଚାକିରି କରାଇଦେବେ ବୋଲି କହୁଥିଲେ । ଆଉ ବର ଘର ଲୋକେ ଚାକିରି ପାଇଁ ଟଙ୍କା ଦେବା ପରେ ଆଉ ଧରାଛୁଆଁ ଦେଉନଥିଲେ ଠକ ଗ୍ୟାଙ୍ଗ୍ ।