ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ଏବଂ ସିଂହଦ୍ୱାର ରୁପା ଛାଉଣୀ କରାଯିବାକୁ ନିଷ୍ପତ୍ତି ହୋଇଛି।  ରଥଯାତ୍ରା ଅବଧି ମଧ୍ୟରେ ଏସବୁ ସାରିବାକୁ ହେବ । ଦାତାମାନେ ରୁପା ଦାନ କରିବେ । ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହେଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲିଲାଣି; ଲାଗିଥିବା ରୁପା ଛାଡ଼ିଗଲାଣି। ବହୁଦିନରୁ ମରାମତି ଦାବି ହୋଇ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିଲା। ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି।