ମନ୍ତ୍ରୀଙ୍କ ହତ୍ୟାକାରୀ ପଛରେ କିଏ ? ଏପର୍ଯ୍ୟନ୍ତ ଜଣାପଡିନି

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚର୍ଚା । ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି । ମନ୍ତ୍ରୀଙ୍କୁ  ଗୋପାଳ ଦାସ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ତାହା ଏବେ ବଡ଼ ପ୍ରଶ୍ନ । ତଦନ୍ତ ଉପରେ ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି କିନ୍ତୁ ହତ୍ୟାର କାରଣ କହୁନାହିଁ । ସ୍ଥାନୀୟ ଲୋକ ଗୋପାଳର ବଡ଼ ଭାଇକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି ।  କ୍ରାଇମବ୍ରାଞ୍ଚ୍‌ର ଆଉ ଏକ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇ ଜେରା କରୁଛି । ଗୁଳିକାଣ୍ଡ ଦିନ ସକାଳୁ ଉକ୍ତ ହୋଟେଲକୁ ଗୋପାଳ ଯାଇଥିଲେ ଓ ପରେ ପରେ ହୋଟେଲ ବନ୍ଦ କରି ଦିଆଯାଇଥିଲା। ହୋଟେଲ ମାଲିକ ସତ୍ୟ ଓ ଅନ୍ୟ କର୍ମଚାରୀମାନେ ସମ୍ବଲପୁର ବୁଲିଯାଉଥିବା କହି ସେ ଦିନଠାରୁ ଆଉ ଆସି ନଥିବା ଜଣାପଡ଼ିଛି। ତେବେ ତଦନ୍ତ ପରେ ଜଣାପଡିବ ହତ୍ୟାକାରୀ ଗୋପାଳ ପଛରେ କାହାର ହାତ ଅଛି ।