ବିଜେଡି ସରକାର ୨୪ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିଲେ। ଆଜିଠାରୁ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ଶାସନ ଆରମ୍ଭ ହୋଇଛି। ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।ଆଜି ପୂର୍ବାହ୍ନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଥିଲେ। ଶ୍ରୀ ମାଝୀ ପହଞ୍ଚିଲା ପରେ ପୋର୍ଟିକୋ ନିକଟରେ ନବୀନ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଘର ଭିତରେ ଉଭୟ କିଛି ସମୟ ଆଲୋଚନା କରିଥିଲେ। ଶପଥ ଉତ୍ସବକୁ ଯିବେ ବୋଲି ନବୀନ ସମ୍ମତି ଦେଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ଠିକ୍ ପୂର୍ବରୁ ନବୀନ ଜନତା ମଇଦାନରେ ପହଞ୍ଚି ଯାଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମଞ୍ଚ ଉପରେ ସ୍ବାଗତ କରିଥିଲେ। ମଞ୍ଚରେ ଉପସ୍ଥିତ ଥିବା ସବୁ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପିର କର୍ମକର୍ତ୍ତାମାନେ ଠିଆ ହୋଇ ତାଙ୍କୁ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ନବୀନ ହାତ ମିଳାଇ କିଛି ସମୟ କଥା ହୋଇଥିଲେ। ତାହାପରେ ସେ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ଯାଇ ବସିଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ତାଙ୍କୁ ସେଠାରେ ନମସ୍କାର କରିଥିଲେ। ସେ ସମସ୍ତଙ୍କୁ ପ୍ରତି ନମସ୍କାର ଜଣାଇ ଶୁଭେଚ୍ଛା ଜଣାଇଥିଲେ।ଶପଥ ଗ୍ରହଣ ପରେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ପରସ୍ପର ମଧ୍ୟରେ କିଛି ସମୟ କଥା ହୋଇଥିଲେ। ଉଭୟ ପରସ୍ପରକୁ ବେଶ୍ ସମ୍ମାନ ଜଣାଇ କଥା ହେଉଥିବାର ଦେଖିବାକୁ ମିଳିଥିଲା।
Trending
- ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ
- ପାର୍ଟ ପ୍ଲଟ୍ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି
- ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ
- ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
- ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
- ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍
- ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post