ଭୁବନେଶ୍ବର ହେବ ବିଶ୍ବସ୍ତରୀୟ

ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ସାମିଲ୍ ଅଛି। ଏଥିପାଇଁ ସହରାଞ୍ଚଳର ବିକାଶ ହେବା ଦରକାର। ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦ, ମ୍ୟୁନିସପାଲଟି ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢ଼ିବାକୁ ହେବ। ସମଗ୍ର ରାଜ୍ୟର ସହରାଞ୍ଚଳଗୁଡ଼ିକର ଭିତ୍ତିଭୂମି ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକର ଉନ୍ନତି ଉପରେ ଧ୍ୟାନ ଦେବାକୁ ହେବ। ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ। ଅଯଥା ବ୍ୟୟ ନକରି ଯଥାର୍ଥ ଭାବେ ଅର୍ଥବ୍ୟୟ କରାଯିବ। ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ପଡ଼ିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।