ମେଟ୍ରୋ ଟିଭି ଓଡିଶା,୬/୧: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ ଥିବା ବଉଳା କୁମ୍ଭୀର କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀର ମନମୋହୁଛି । ଗତବର୍ଷ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା । ପ୍ର।କୃତିକ ପରିବେଶରେ ଏତେ ସଂଖ୍ୟାର ଧଳା କୁମ୍ଭୀର ପରିବେଶବିତଙ୍କୁ ବେଶ୍ ଖୁସି ଦେଇଛି । ଏବେ ପ୍ରଜନନ କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀରର ନାମକରଣ କରାଯାଇଛି । ଶ୍ୱେତ ପଦ୍ମ ପରି ଏହି ଧଳା କୁମ୍ଭୀରର ମାନ ଶ୍ୱେତା ରଖାଯାଇଛି ।
ପୂର୍ବରୁ ୨ଟି ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ ଆର୍କଷଣର କେନ୍ଦ୍ର ବିନ୍ଦୁ ଥିଲେ ଏବେ ଶ୍ୱେତା ମଧ୍ୟ ପର୍ଯ୍ୟଟକଙ୍କ ମନ ମୋହୁଛି । ଏହି ଅଢେଇ ଫୁଟର ଧଳା କୁମ୍ଭୀର ଶ୍ୱେତା ନାମରେ ପରିଚିତ ହେବ । ଭିତରକନିକାରେ ୧୯୭୫ ମସିହାରେ ଗୋରୀ ଜନ୍ମ ହୋଇଥିଲା ଓ ପରେ ମଲ୍ଲୀ । କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଖରାପୋଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା ଏବେ ଆର୍କଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।